ଭୁବନେଶ୍ୱର: ଅନୁଗୋଳ, ଯାଜପୁର ଓ ଝାରସୁଗୁଡ଼ା ଜିଲ୍ଲାରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନର କାର୍ଯ୍ୟ ଏବଂ ପ୍ରକଳ୍ପ କାର୍ଯ୍ୟକାରିତାରେ ସମବର୍ତ୍ତୀମୂଲ୍ୟାୟନ ସଂପର୍କିତ ପ୍ରାରମ୍ଭିକ କର୍ମଶାଳା ଅନୁଷ୍ଠିତ ଖଣି ପ୍ରଭାବିତ ଅଂଚଳର ସାମାଜିକ ଓ ଅର୍ଥନୈତିକ ବିକାଶରେ ଏହା ଉପଯୋଗୀ ସାବ୍ୟସ୍ତ ହେବ ଭୁବନେଶ୍ୱର: ଅନୁଗୋଳ, ଯାଜପୁର ଓ ଝାରସୁଗୁଡ଼ା ଜିଲ୍ଲାରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମଏଫ) ପାଣ୍ଠିର ଉପଯୋଗରେ କରାଯାଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଏବଂ ପ୍ରକଳ୍ପ କାର୍ଯ୍ୟକାରିତା ସଂପର୍କରେ ସମବର୍ତ୍ତୀ ସମୀକ୍ଷା ତଥା ମୂଲ୍ୟାୟନ (କନକରେଣ୍ଟ ଇଭାଲୁଏସନ) ସଂପର୍କିତ ଏକ ପ୍ରାରମ୍ଭିକ କର୍ମଶାଳା ( ଇନସେପ୍ସନ ଓ୍ୱାର୍କସପ୍) ଆଜି ଲୋକସେବା ଭବନରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରାଯାଇଛି।
ବୈଠକରେ ଆଭାସୀ ମାଧ୍ୟମରେ ଅନୁଗୋଳ, ଯାଜପୁର ଓ ଝାରସୁଗୁଡ଼ାର ଜିଲ୍ଲାପାଳମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିବାବେଳେ ଲୋକସେବା ଭବନରେ ଯୋଜନା ଓ ସଂଯୋଜନ, ପଞ୍ଚାୟତିରାଜ ଓ ପାନୀୟଜଳ, ଗ୍ରାମ୍ୟ ଉନ୍ନୟନ ଓ ସଂପୃକ୍ତ ବିଭିନ୍ନ ବିଭାଗର ନିର୍ଦ୍ଦେଶକ ତଥା ବରିଷ୍ଠ ପଦାଧିକାରୀଙ୍କ ସମେତ ଆନ୍ତର୍ଜାତୀୟ ସ୍ତରର ମୂଲ୍ୟାୟନ ଦକ୍ଷତା ରଖୁଥିବା“ଗାଣ୍ଟ ଥର୍ଣ୍ଣଟନ”ସଂସ୍ଥାର କର୍ତ୍ତୃପକ୍ଷମାନେ ଉପସ୍ଥିତ ଥିଲେ। ଏହି ମୂଲ୍ୟାୟନ ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା ଏବଂ ‘ଜିଲ୍ଲା ଖଣିଜ ପାଣ୍ଠି’ ଓଡ଼ିଶା ନିୟମରେ ରହିଥିବା ପ୍ରତିବିଧାନକୁ ସମ୍ବନ୍ଧିତ କରି ଖଣିଜ ଉତ୍ତୋଳନ ଦ୍ୱାରା ପ୍ରଭାବିତ ହୋଇଥିବା ଅଂଚଳରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କଲ୍ୟାଣକାରୀ ଆଭିମୁଖ୍ୟକୁ ମୂଲ୍ୟାୟନ କରିବ।
କର୍ମଶାଳାରେ ଜିଲ୍ଲା ଖଣିଜ ପାଣ୍ଠିର ଉପଯୋଗ ଓ ପରିଚାଳନା ବ୍ୟବସ୍ଥା, ପ୍ରକଳ୍ପ ଲକ୍ଷ୍ୟ ସାଧନରେ ସଫଳତା, ପ୍ରକଳ୍ପ କିପରି ହିତାଧିକାରୀମାନଙ୍କ ଆବଶ୍ୟକତାକୁପୂରଣକରିବାରେସହାୟକହେଉଛି, ତାହାକୁକିପରି ମୂଲ୍ୟାୟନକରାଯିବ, ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା ।
ବୈଠକରେ ଏହି ମୂଲ୍ୟାୟନ ଅଧ୍ୟୟନର ସାମଗ୍ରିକ ଢ଼ାଞ୍ଚା ବା ପଦ୍ଧତି,ବର୍ତ୍ତମାନ ସୁଦ୍ଧା ନିଆଯାଇଥିବା ବିଭିନ୍ନ ପଦକ୍ଷେପ, ପ୍ରଶ୍ନୋତ୍ତର କୌଶଳ ଜରିଆରେ ସୂଚନାପ୍ରାପ୍ତି, ସମୟସୀମା ମଧ୍ୟରେ ପ୍ରକଳ୍ପ ଶେଷ କରାଯିବା ଏବଂ ଜିଲ୍ଲାପାଳମାନଙ୍କଠାରୁଏଥିପାଇଁକିକିସହଯୋଗରଆବଶ୍ୟକତା ରହିଛି, ସେସଂପର୍କରେବିଶଦ୍ ଭାବେ ଉପସ୍ଥାପନା କରାଯାଇଥିଲାଓ ଜିଲ୍ଲାପାଳମାନେ ଏ ସଂପର୍କରେ ମତ ରଖିଥିଲେ । ଏହିମୂଲ୍ୟାୟନରେଅଂଚଳରେ ଗୁଣାତ୍ମକସ୍ୱାସ୍ଥ୍ୟସେବାରଉପଲବ୍ଧତା, ଗୁଣାତ୍ମକଶିକ୍ଷା, ପିଇବାପାଣିରଉପଲବ୍ଧତା, ରାସ୍ତାଓ ଗମନାଗମନ, ଜଳଓପରିମଳବ୍ୟବସ୍ଥା, ଗୃହ ନିର୍ମାଣ ଓଭିତ୍ତିଭୂମିବ୍ୟବସ୍ଥା, ଜୀବିକା ନିର୍ବାହ, ଦକ୍ଷତାବିକାଶଓନିଯୁକ୍ତିସୁଯୋଗ, ପରିବେଶପ୍ରଭାବଜନିତକାର୍ଯ୍ୟକ୍ରମରେଏହିସଂସ୍ଥାଅନୁସନ୍ଧାନଓସର୍ବେକ୍ଷଣକରିବ ବୋଲି ବୈଠକରୁ ଜଣାଯାଇଛି ।ଆଗାମୀ ସେପ୍ଟେମ୍ବର ମାସ ସୁଦ୍ଧା ଏହି ମୂଲ୍ୟାୟନ କାର୍ଯ୍ୟ ସାରିବାକୁ ପରାମର୍ଶ ଦିଆଯାଇଛି । ପୂର୍ତ୍ତ, ପଞ୍ଚାୟତିରାଜଓପାନୀୟଜଳ, ସ୍ୱାସ୍ଥ୍ୟଓପରିବାରକଲ୍ୟାଣ, ବିଦ୍ୟାଳୟଓଗଣଶିକ୍ଷାବିଭାଗ, ମିାନଶକ୍ତି, ଦକ୍ଷତାବିକାଶଓବୈଷୟିକଶିକ୍ଷାବିଭାଗ, ମହିଳାଓଶିଶୁବିକାଶବିଭାଗଏବଂଜିଲ୍ଲାସ୍ତରରେଜିଲ୍ଲାପାଳମାନଙ୍କୁ ଏହିକାର୍ଯ୍ୟରେ ସହଯୋଗକରିବାକୁପରାମର୍ଶଦିଆଯାଇଛି।