ନୂଆଦିଲ୍ଲୀ: ବିଜେଡିକୁ ବିଜେପି ସାଂସଦ ବିଭୁ ତରାଇ ଟାର୍ଗେଟ କରିଛନ୍ତି । କହିଛନ୍ତି, ଉପରାଷ୍ଟ୍ରପତି ନିର୍ବାଚନ ଦଳୀୟ ଆଧାର ନିର୍ବାଚନ ନୁହେଁ । ଉପରାଷ୍ଟ୍ରପତି ନିର୍ବାଚନରୁ ଦୂରେଇ ରହିବା ନିନ୍ଦନୀୟ । ଏହା ଗଣତନ୍ତ୍ର ପ୍ରତି ଅପମାନ । ଅନ୍ୟପଟେ ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟିଂରେ ଭାଗ ନେବନି ବିଜେଡି । ଭୋଟିଂରୁ ବିରତ ରହିବ ବିଜେଡି । ଏନେଇ ଦଳୀୟ ବୈଠକରେ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ଦଳୀୟ ସାଂସଦଙ୍କ ସୂତ୍ରରୁ ସୂଚନା ମିଳିଛି । ନିକଟରେ, ଭୋଟିଂରୁ ବିଜେଡିର ବିରତ ନିଷ୍ପତ୍ତି ନେଇ ଜୁଏଲ ଓରାମ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଉପରାଷ୍ଟ୍ରପତି ନିର୍ବାଚନରେ ବିରତ ରହିବା ଅର୍ଥ ଆମକୁ ସପୋର୍ଟ କରିବା । ନବୀନ ବାବୁ ଆମକୁ ପରୋକ୍ଷରେ ସମର୍ଥନ କରୁଛନ୍ତି ।










