ଭୁବନେଶ୍ୱର: ଗ୍ରୀଷ୍ମ ଋତୁ ଆସିବା ମାତ୍ରେ ସବୁଠାରୁ ବଡ ଚିନ୍ତାର ବିଷୟ ହେଉଛି ଟ୍ୟାନିଂ । ଟ୍ୟାନିଂରୁ ମୁକ୍ତି ପାଇବା ପାଇଁ ଲୋକମାନେ ଲୋସନ , ସନସ୍କ୍ରିନ ବ୍ୟବହାର କରିଥାନ୍ତି । ହେଲେ ବେଳେବେଳେ ଏହା କାମ ଦେଇନଥାଏ । ଏହାକୁ ହଟାଇବା ପାଇଁ ଏପରି କିଛି ଘରୋଇ ଉପଚାର ରହିଛି ଯାହା ଆପଣ ଟ୍ୟାନିଂରୁ ରକ୍ଷା ପାଇପାରିବେ ।
ହଳଦୀ- ବେସନ : ହଳଦୀ ଚର୍ମକୁ ସୁସ୍ଥ ଓ ଚମକ ପ୍ରଦାନ କରେ । ଏବଂ ପିଗମେଣ୍ଟେସନ ଏବଂ ଚ୍ୟାନିଂ ହ୍ରାସ କରିବାରେ ସାହାଯ୍ୟ କରେ । ତେବେ ଏହା କିପରି ବ୍ୟବହାର କରିବେ ଜାଣନ୍ତୁ ..
ଏକ ପାତ୍ରରେ ଗୋଲାପ ଜଳ ସହିତ ୨ ଚାମଚ ବେସନ , ଚିମୁଟାଏ ହଳଦୀ , ୧ ଚାମଚ କ୍ଷୀର ଏବଂ ୧ ଚାମଚ କମଳା ଚେପା ଗ୍ରାଇଣ୍ଡରକୁ ମିଶାନ୍ତୁ । ଏହାକୁ ସ୍କିନରେ ଲଗାଇ ୨୦ ମିନିଟ ଛାଡି ଦିଅନ୍ତୁ । ତାପରେ ଧୋଇ ଦିଅନ୍ତୁ । ଏହି ଟ୍ୟାନକୁ ଦୂର କରିବା ପାଇଁ ପ୍ରତିଦିନ ଏହାକୁ ଲଗାନ୍ତୁ । ସେହିପରି ଆଲୋବେରା , ଟମାଟୋ ରହିଛି । ଏହା ସ୍କିନକୁ ହାଇଡ୍ରେଟ ରଖେ । ଟ୍ୟାନିଂ ଦୂର କରେ । ଆପଣ ଏଥିରେ ଦହି ଏବଂ କମଳା ଚୋପା ବ୍ୟବହାର କରିବେ । ୧ ଚାମଚ ଦହିରେ ଏବଂ କମଳା ରସ ଟ୍ୟାନ ହୋଇଥିବା ସ୍ଥାନରେ ଲଗାନ୍ତୁ । ଏହାକୁ ୩୦ ମିନିଟ ପାଇଁ ଛାଡି ଦିଅନ୍ତୁ । ତାପରେ ମୁହଁ ଧୋଇ ଦିଅନ୍ତୁ ।