19.1 C
Bhubaneswar
Friday, February 13, 2026
Homeଓଡିଶାରାଜଧାନୀ ପ୍ରତିଷ୍ଠା ଦିବସରେ ରାଜଧାନୀରେ ଭିତିପ୍ରସ୍ତର ସ୍ଥାପନ କରିଥିବା ପଣ୍ଡିତ ଜବାହାରଲାଲ ନେହେରୁଙ୍କୁ ସମ୍ମାନ ଜଣାଇବାକୁ...

ରାଜଧାନୀ ପ୍ରତିଷ୍ଠା ଦିବସରେ ରାଜଧାନୀରେ ଭିତିପ୍ରସ୍ତର ସ୍ଥାପନ କରିଥିବା ପଣ୍ଡିତ ଜବାହାରଲାଲ ନେହେରୁଙ୍କୁ ସମ୍ମାନ ଜଣାଇବାକୁ ଭୁଲିଗଲା ଏ ସରକାର

ଭୁବନେଶ୍ୱର: ଭୁବନେଶ୍ୱରକୁ ରାଜଧାନୀ କରିବା ପାଇଁ ସ୍ଥିର ହେବା ପରେ ଏହାର ଭିତିପ୍ରସ୍ତର ସ୍ଥାପନ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ କରକମଳରେ କରାଯାଇଥିଲା । ଆଜି ଯେଉଁ ଭୁବନେଶ୍ୱର ସହର ଦେଖୁଛନ୍ତି ତାହା ହେଉଛି ଭାରତ ବର୍ଷର ଦ୍ୱିତୀୟ ସହର । ଚଣ୍ଡିଗଡ ପରେ ଯାହାକି ସଂପୂର୍ଣ୍ଣରୂପେ ଏକ ଯୋଜନା ବଦ୍ଧ ସହର । ଭୁବନେଶ୍ୱର ରେଲୱେ ଷ୍ଟେସନ ସମ୍ମୁଖରେ ପଣ୍ଡିତ ନେହେରୁଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତି ତାଙ୍କ ଜନ୍ମ ଶତବାର୍ଷିକ ପାଳନ ଅବସରରେ ଜାନୁୟାରୀ ୪ ତାରିଖ ୧୯୮୯ ମସିହାରେ ପୂର୍ବତନ ରାଷ୍ଟ୍ରପତି ଆର.ଭେଙ୍କଟରମଣଙ୍କ ଦ୍ୱାରା ଉଦ୍‌ଘାଟନ ହୋଇଥିଲା । ନେହେରୁଙ୍କର ଡାହାଣ ପାଶ୍ୱର୍ରେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ପ୍ରତିମୂର୍ତ୍ରି ସ୍ଥାପନ କରାଯାଇଛି । କିନ୍ତୁ ଆଜି ଏ ସ୍ଥାନ ସଂପୂର୍ଣ୍ଣ ରୂପେ ପୋତି ଗନ୍ଧମୟ, ଉଠା ଦୋକାନୀ, ଠେଲାବାଲା, ଗଞ୍ଜୋଡ ଓ ମନ୍ଦୁଆ ମାନଙ୍କର ପେଣ୍ଠସ୍ଥଳୀ ପାଲଟିଛି । ପ୍ରତିମୂର୍ତି ଚତୁପାଶ୍ୱର୍ରେ ଅଳିଆ ଆବର୍ଜନା ଭରିରହିଛି । ଏହା ହେଉଛି ଭାରତ ବର୍ଷର ପ୍ରଥମ ପ୍ରଧାନମନ୍ତ୍ରୀ ଏବଂ ଲୋକନାୟକଙ୍କୁ ଓଡ଼ିଆ ଜାତିର ସମ୍ମାନ । ଏ ସରକାର ଏବଂ ପୂର୍ବ ସରକାର ଉଭୟ ଏଭଳି ପରିସ୍ଥିତି ପାଇଁ ଉଭୟ ସଂପୂର୍ଣ୍ଣ ଦାୟୀ ।

ଏ କିଛି ଦିନ ତଳେ ରାଜଧାନୀର ପ୍ରତିଷ୍ଠା ଦିବସ ପାଳନ କରାଗଲା । ଏବେ ସୁଧା ରାଜଧାନୀ ପ୍ରତିଷ୍ଠା ଦିବସର ଭିତିପ୍ରସ୍ତର ଶୀଳା, ବିଧାନ ସୌଧ ପରିସରରେ ଅବସ୍ଥିତ ଅଛି । ପ୍ରତିଷ୍ଠା ଦିବସକୁ ଏତେ ଜାକଜମକ ଓ ରାଜନୈତିକ ଠାଣିରେ କରାଯାଉଛି । କିନ୍ତୁ ଯାହାଙ୍କ ଯୋଗୁଁ ରାଜଧାନୀ ପ୍ରତିଷ୍ଠା ହୋଇଛି ତାଙ୍କୁ ସମ୍ମାନ ଜଣାଇବାକୁ ସଂପୂର୍ଣ୍ଣ ରୂପେ ଏ ସରକାର ଏବଂ ଭୁବନେଶ୍ୱର ମହାନଗର ନିଗମର ମେୟର ମହୋଦୟା ମଧ୍ୟ ଭୁଲିଗଲେ । ଏଥିରୁ ଉଭୟ ଦଳର ମାନସିକତାକୁ ରାଜ୍ୟବାସୀ ଭଲ ଭାବେ ବୁଝିପାରୁଥିବେ । ଏ କିଛି ଦିନ ତଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ରାଜନୈତିକ ସଚୀବ ଶ୍ରୀସନ୍ତୃପ୍ତ ମିଶ୍ର ପଣ୍ଡିତ ନେହେରଙ୍କୁ ନବୀନ ବାବୁଙ୍କର ସରକାରରେ ଥିବା ଏକ ବେତନଭୋଗୀ ସରକାରୀ କର୍ମଚାରୀ ସହିତ ତୁଳନା କରି ଯେଉଁ କିଛି ଶବ୍ଦ କହିଥିଲେ ସେଥିରେ ଆମେ ଆଶା କରିଥିଲୁ ନବୀନ ପଟ୍ଟନାୟକ ଏହାକୁ ନାପସନ୍ତ କରିବା ସହିତ ସନ୍ତୃପ୍ତ ମିଶ୍ରଙ୍କ ଏଭଳି ଆଚରଣ ଓ ଉଚ୍ଚାରଣ ପାଇଁ ତାଙ୍କୁ କ୍ଷମା ପ୍ରାର୍ଥନା କରିବା ପାଇଁ କହିବା କଥା । କିନ୍ତୁ ତାହା କଲେ ନାହିଁ । ନବୀନ ବାବୁଙ୍କ ବାପା ବିଜୁ ବାବୁ ଓଡ଼ିଶାରେ ଆଜି ଜଣେ କେହି ଜଣେ ଏବଂ ଭାରତ ବର୍ଷରେ ଯଦି ତାଙ୍କର କିଛି ଖ୍ୟାତି ଅଛି ସେଥିପାଇଁ ନେହେରୁଙ୍କ ପରିବାର ଅବଦାନ ଅତୁଳନୀୟ । ବିଜୁ ବାବୁଙ୍କୁ ଜଣେ ଉତମ ବ୍ୟକ୍ତିତ୍ୱ କରିବା ପଛରେ ନେହେରୁଙ୍କ ଅବଦାନକୁ ଖୋଦ ବିଜୁବାବୁ ସ୍ୱୀକାର କରିଛନ୍ତି ।

ବିଜୁବାବୁ ତାଙ୍କ ରାଜନୈତିକ ଜୀବନ କାଳରେ ସାମ୍ପ୍ରଦାୟକତାକୁ ବିଶ୍ୱାସ କରୁଥିବା ଦଳ ବିଜେପି ସହିତ କିଛି ସଂପର୍କ ରଖିନଥିଲେ । ୨୦୧୭ ମସିହା ଜୁନ୍ ମାସରେ ରାଜ୍ୟ ସରକାରଙ୍କର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗଙ୍କ ଅଧ୍ୟକ୍ଷତାରେ ମାଷ୍ଟରକାଣ୍ଟିନ ଛକରେ ଥିବା ନେହେରୁଙ୍କ ପ୍ରତିମୂର୍ତି ଓ ଲୋକନାୟକ ପ୍ରତିମୂର୍ତି ସ୍ଥାନାନ୍ତର କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଯେଉଁମାନେ ଭାରତ ବର୍ଷର ସ୍ୱାଧୀନତା ପାଇଁ ସବୁ କିଛି ତ୍ୟାଗ କଲେ, ଭାରତ ବର୍ଷକୁ ଗଢ଼ିଲେ ଏବଂ ବିଶେଷ କରି ଓଡ଼ିଶାକୁ ଗଢ଼ିଲେ । ସେମାନଙ୍କୁ ଏତେ ହତାଦର କାହିଁକି? ପୂଜ୍ୟପୂଜାଙ୍କର ସମ୍ମାନ କରାଇବା ଏ ଜାତିର ଦାୟିତ୍ୱ କି ନୁହେଁ । ଯେଉଁମାନେ ସ୍ୱାଧୀନତା ସଂଗ୍ରାମର ନାମ ମଧ୍ୟ ଧରି ନଥିଲେ ସେମାନଙ୍କର ଏ ରାଜ୍ୟରେ ଗୁଣ କିର୍ତ୍ତନ କରାଯାଉଛି । କିନ୍ତୁ ପଣ୍ଡିତ ନେହେରୁ, ଲୋକନାୟକ ଓ ଜୟପ୍ରକାଶ ନାରାୟଣଙ୍କ ପ୍ରତିଙ୍କୁ ଏତେ ହତାଦର ଓ ଅସମ୍ମାନ କାହିଁକି? ପ୍ରତିମୂର୍ତି ଚତୁପାଶ୍ୱର୍କୁ ପରିଷ୍କାର କରିବା ଓ ସେ ଅଂଚଳକୁ ପୋତି ଗନ୍ଧମୟକୁ ରକ୍ଷା କରିବା ସରକାରଙ୍କର ଦାୟିତ୍ୱ ନୁହେଁ କି ବୋଲି ଆଜି ଏକ ସାମ୍ବାଦିକ ସମ୍ବିଳନୀରେ ପ୍ରସାଦ ହରିଚନ୍ଦନ ପ୍ରଶ୍ନ କରିଛନ୍ତି । ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି ନବୀନ ପଟ୍ଟନାୟକ ସନ୍ତୃପ୍ତ ମିଶ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ନଚେତ ପରିସ୍ଥିତି ଆସନ୍ତା ଦିନରେ ଯାହା ହେବ ସେଥିପାଇଁ ଖୋଦ୍ ନବୀନ ବାବୁ ଦାୟି ରହିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking