ବ୍ୟୁରୋ: ଆଜିକାଲି ଯୁବପିଢି ଲିଭଇନ୍ ରିଲେସନସିପ୍ରେ ରହିବା ପାଇଁ ପସନ୍ଦ କରିଥାଆନ୍ତି । ଏହା ଏକ ପ୍ରକାର ଟ୍ରେଣ୍ଡ ସାଜିଛି । ତେବେ ୱାର୍ଲ୍ଡ ରିଭ୍ୟୁ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁସାରେ, ୨୦୨୪ ମସିହାରେ ହାରାହାରୀ ଯୌନ ସାଥି ମାନ୍ୟତାରେ ରାଙ୍କିଂରେ ଭାରତର ନିମ୍ନ ସ୍ଥାନରେ ରହିଛି । ୪୬ଟି ଦେଶକୁ ନେଇ ରାଙ୍କି କରାଯାଇଥିବା ବେଳେ ଭାରତର ସ୍ଥାନ ମଧ୍ୟ ୪୬ତମ ସ୍ଥାନରେ ରହିଛି । ରିପୋର୍ଟ ଅନୁସାରେ ଭାରତୀୟଙ୍କ ଜୀବନରେ ହାରାହାରି ୩ଜଣ ଯୌନ ସାଥି ରହିଥାଆନ୍ତି । ରାଙ୍କିଂରେ ତୁର୍କୀ ସବୁଠାରୁ ଶୀର୍ଷରେ ରହିଛି । ତୁର୍କୀ ଲୋକଙ୍କ ଜୀବନ କାଳ ମଧ୍ୟରେ ହାରାହାରି ପ୍ରାୟ ୧୪.୫ଯୌନ ସାଥି ରହିଥାଆନ୍ତି । ରିପୋର୍ଟରେ କୁହାଯାଇଛି, ଏଭଳି କିଛି ଦେଶ ରହିଛି ଯେଉଁଠାରେ ଯୌନ ସାଥିଙ୍କର ଭାଗୀଦାର ବହୁତ କମ ରହିଥାଏ । ବିବାହ ପୂର୍ବରୁ ଯୌନ ସମ୍ପର୍କରୁ ଦୂରେଇ ରହିବା ତଥା ସଂସ୍କୃତିକୁ ମାନି ଚଳିବା ଏହାର ଏକ ମୁଖ୍ୟ କାରଣ ଅଟେ । ଭାରତରେ ଯେଉଁମାନେ ବିବାହକୁ ନେଇ କଡା ନିୟମ ପାଳନ କରିଥାଆନ୍ତି ସେମାନଙ୍କ ଜୀବନରେ ଅତ୍ୟନ୍ତ ୩ଟି ଯୌନ ସାଥି ରହିଥାଆନ୍ତି ।
ହଂକଂ, ଭିଏତନାମ ଏବଂ ଚାଇନାରେ ରହୁଥିବା ଲୋକଙ୍କ ଜୀବନ କାଳରେ ୪ରୁ କମ୍ ଯୌନ ସାଥି ରହିଥାଆନ୍ତି । ଗୁଜୁରାଟର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସମାଜ ଏବଂ ବିକାଶ ବିଭାଗର ସ୍କୁଲ ଅଫ ସୋସିଆଲ ସାଇନ୍ସର ଆସୋସିଏଟ ପ୍ରଫେସର ସୁଭାଷ କୁମାରଙ୍କ ଅନୁସାରେ, ପିଲାଦିନରୁ ଜଣେ ବ୍ୟକ୍ତିକୁ ବିଭିନ୍ନ ପ୍ରକାର ସୁବିଧା ମିଳିବା କାରଣରୁ ସେମାନଙ୍କ ଜୀବନରେ ଏକାଧିକ ଯୌନ ସାଥି ରହିଥାଆନ୍ତି । ମାନସିକ ଏବଂ ଶାରୀରିକ ସମସ୍ୟା କାରଣରୁ ଜଣେ ବ୍ୟକ୍ତିକୁ ଏକରୁ ଅଧିକ ଯୌନ ସାଥିର ଆବଶ୍ୟକତା ହୋଇଥାଏ । ଚିନ୍ତା, ଉଦାସୀନତା, କ୍ୟାରିୟର ସମ୍ବନ୍ଧୀୟ ଆହ୍ୱାନ ଗୁଡ଼ିକ ହେଉଛି ଜୀବନର ପ୍ରମୁଖ ସମସ୍ୟା । ଭାରତର ଅନେକ ଛୋଟ ସହର ରହିଛି ଯେଉଁଠାରେ ଲୋକମାନେ ବିବାହ ପୂର୍ବରୁ ଯୌନ ସମ୍ପର୍କ ରଖନ୍ତି ନାହିଁ । ଛୋଟ ସହର ଏବଂ ଗ୍ରାମାଞ୍ଚଳରେ ସାଧାରଣତଃ ଲୋକମାନଙ୍କର ଗୋଟିଏ ଯୌନ ସାଥି ରହିଥାଏ । ମହାନଗର ନିଗମର ଲୋକମାନେ ପାଶ୍ଚାତ୍ୟ ସଂସ୍କୃତି ସହିତ ଅଧିକ ପରିଚିତ । କିନ୍ତୁ ଭାରତୀୟଙ୍କ ଠାରେ ୩ଯୌନ ସାଥି ଏକ ପ୍ରକାର ଚିନ୍ତାର ବିଷୟ ଅଟେ ।