29.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶରୋମାନ୍ସ କରିବା ପାଇଁ ଟଙ୍କା ଦେଉଛି ଏହି କମ୍ପାନୀ....

ରୋମାନ୍ସ କରିବା ପାଇଁ ଟଙ୍କା ଦେଉଛି ଏହି କମ୍ପାନୀ….

ନୂଆଦିଲ୍ଲୀ : ଚୀନ୍‌ର ଏକ କମ୍ପାନି ନିଜ କର୍ମଚାରୀଙ୍କ ପାଇଁ ଏଭଳି ଏକ ପଦକ୍ଷେପ ନେଇଛି, ଯାହା ଶୁଣିଲେ ଆପଣ ଚକିତ ହେବେ। ଏକ ଟେକ୍ କମ୍ପାନି ନିଜ ଡେଟିଂ ଆପ୍‌ରେ ରୋମାନ୍ସ କରିବା ପାଇଁ ନିଜ କର୍ମଚାରୀଙ୍କୁ ନଗଦ ପୁରସ୍କାର ପ୍ରଦାନ କରୁଛି । କାମ ସମୟରେ ରୋମାନ୍ସ କରିବା ପାଇଁ ମଧ୍ୟ ଏହା କର୍ମଚାରୀଙ୍କୁ ପ୍ରୋତ୍ସାହିତ କରୁଛି । ଏହି ଅଜବ କାରଣ ପାଇଁ କମ୍ପାନି ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି । ଦକ୍ଷିଣ ଚୀନ୍‌ର ଶେନ୍‌ଝେନ୍ ସ୍ଥିତ ‘ଇନ୍‌ଷ୍ଟା୩୬୦’ ନାମକ କମ୍ପାନି ନିଜ କର୍ମଚାରୀଙ୍କୁ ପରସ୍ପରର ନିକଟତର କରିବା ଓ ସେମାନଙ୍କ ଖୁସି ବଢ଼ାଇବା ପ୍ରୟାସରେ ଏକ ଡେଟିଂ କାର୍ଯ୍ୟକ୍ରମ ଆରମ୍ଭ କରିଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ କର୍ମଚାରୀ କମ୍ପାନିର ଅନ୍‌ଲାଇନ୍ ଡେଟିଂ ପ୍ଲାଟ୍‌ଫର୍ମକୁ ଯଦି ନିଜ ତରଫରୁ ଅନ୍ୟ ଜଣେ ବାହାର ବ୍ୟକ୍ତିଙ୍କୁ ଆଣନ୍ତି, ତେବେ ତାଙ୍କୁ ନଗଦ ପୁରସ୍କାର ମିଳିବ । ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟ୍‌ର ରିପୋର୍ଟ ଅନୁସାରେ, କୌଣସି କର୍ମଚାରୀଙ୍କ ପୋଷ୍ଟ୍ ଜରିଆରେ ଯଦି କମ୍ପାନି ବାହାରୁ ଜଣେ ସିଙ୍ଗଲ୍ ବ୍ୟକ୍ତି ଏହି ଡେଟିଂ ଆପ୍‌ରେ କାହା ସହ ପରିଚିତ ହୁଅନ୍ତି, ତେବେ ଏଭଳି ପ୍ରତ୍ୟେକ ପୋଷ୍ଟ୍ ପାଇଁ କର୍ମଚାରୀଙ୍କୁ ୬୬ ୟୁଆନ ଅର୍ଥାତ୍ ହାରାହାରି ୭୭୦ ଟଙ୍କା ମିଳୁଛି ।

ଯଦି କୌଣସି କର୍ମଚାରୀ ଏହି ଆପ୍‌ରେ କମ୍ପାନି ବାହାରୁ ଜଣେ ବ୍ୟକ୍ତିଙ୍କ ସହ ସମ୍ପର୍କ ଯୋଡ଼ନ୍ତି ଏବଂ ୩ ମାସ ପର୍ଯ୍ୟନ୍ତ ସମ୍ପର୍କ ବଜାୟ ରଖନ୍ତି, ତେବେ ଉକ୍ତ କର୍ମଚାରୀ, ତାଙ୍କ ସାଥୀ ଓ ମ୍ୟାଚ୍‌ମେକରକୁ ପ୍ରାୟ ୧୧,୭୦୦ ଟଙ୍କା ମିଳିବ । ରିପୋର୍ଟ ଅନୁସାରେ, ଗତ ୧୧ ତାରିଖ ପର୍ଯ୍ୟନ୍ତ କମ୍ପାନିର ଫୋରମ୍‌ରେ ପ୍ରାୟ ୫୦୦ ପୋଷ୍ଟ୍ ପ୍ରକାଶ ପାଇଛି । କମ୍ପାନି ଅଦ୍ୟାବଧି ସିଙ୍ଗଲ୍‌ଙ୍କ ବିଷୟରେ ପୋଷ୍ଟ୍ ଶେୟାର କରୁଥିବା ବ୍ୟକ୍ତିଙ୍କୁ ପ୍ରାୟ ୧.୧୬ ଲକ୍ଷ ଟଙ୍କା ପ୍ରଦାନ କରିଛି । ଏହି ପ୍ରୟାସକୁ କର୍ମଚାରୀ ଖୁବ୍ ପ୍ରଶଂସା କରୁଛନ୍ତି । ଚୀନ୍‌ର ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଡୋୟିନ୍‌ରେ ଏହି କାର୍ଯ୍ୟକ୍ରମକୁ ମିଶ୍ର ପ୍ରତିକ୍ରିୟା ମିଳିଛି । ଚୀନ୍‌ରେ ବିବାହ ଓ ଜନ୍ମ ହାରରେ ଗୁରୁତ୍ୱପୂର୍ଣ୍ଣ ହ୍ରାସ ସମୟରେ ଇନ୍‌ଷ୍ଟା୩୬୦ କମ୍ପାନିର ଏହି ପଦକ୍ଷେପ ଲୋକଲୋଚନକୁ ଆସିଛି । ନିକଟରେ ଜାରି ସରକାରୀ ତଥ୍ୟ ଅନୁସାରେ, ୨୦୨୪ର ପ୍ରଥମ ୩ ମାସରେ କେବଳ ୪୭.୪ ଲକ୍ଷ ଯୋଡ଼ି ସେମାନଙ୍କ ବିବାହ ପଞ୍ଜିକରଣ କରାଇଥିଲେ । ଗତ ବର୍ଷର ଏହି ଅବଧି ତୁଳନାରେ ଏଥର ୧୬.୬ ପ୍ରତିଶତ ହ୍ରାସ ପାଇଛି । ଗତ ବର୍ଷ ୫୬.୯ ଲକ୍ଷ ବିବାହ ପଞ୍ଜିକରଣ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking