14.1 C
Bhubaneswar
Saturday, December 6, 2025
Homeଓଡିଶାଥାନାରେ ଯୁବକଙ୍କୁ ଥାର୍ଡଡିଗ୍ରି ଅଭିଯୋଗ

ଥାନାରେ ଯୁବକଙ୍କୁ ଥାର୍ଡଡିଗ୍ରି ଅଭିଯୋଗ

ସମ୍ୱଲପୁର: ସମ୍ୱଲପୁର ଜିଲ୍ଲା କିସିଣ୍ଡା ଥାନାରେ ଯୁବକଙ୍କୁ ଥାର୍ଡଡିଗ୍ରି ଅଭିଯୋଗ । କିସିଣ୍ଡା ଥାନାରେ ସ୍ୱାମୀ-ସ୍ତ୍ରୀଙ୍କ ବିବାଦର ସମାଧାନ କରିବାକୁ ଯାଇ ଆଇନକୁ ହାତକୁ ନେଲେ କନେଷ୍ଟବଳ । ସ୍ୱାମୀ-ସ୍ତ୍ରୀ ଆପୋସ ବୁଝାମଣା ପାଇଁ କହିଲେ କିନ୍ତୁ ସ୍ୱାମୀଙ୍କୁ ଥାନାରେ କନେଷ୍ଟବଳ ବୈଦନାଥ ବେହେରା ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।   ଅଭିଯୋଗ ଅନୁସାରେ, ପାରିବାରିକ ଝଗଡ଼ା ପରେ ଅକ୍ଟୋବର ୪ ତାରିଖରେ ଥାନାର ଦ୍ୱାରସ୍ଥ ହୋଇଥିଲେ ସ୍ତ୍ରୀ ରୀତା ମୁଖୀ । ୫ ତାରିଖରେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଥାନାକୁ ଡକାଯାଇଥିଲେ । ଥାନା ଅଧିକାରୀଙ୍କ ଅନୁପସ୍ଥିତିରେ କନେଷ୍ଟବଳ ହୋଇଥିଲେ ସର୍ବେସର୍ବା । ଦୁହେଁ ଆପୋସ ବୁଝାମଣା ପାଇଁ କହିବା ସତ୍ତ୍ୱେ ସ୍ୱାମୀଙ୍କୁ ଥାନାରେ ପୂରାଇ ନିସ୍ତୁକ ମାଡ଼ ମାରିଛନ୍ତି । ଗୁରୁତର ଆହତ ହୋଇ ରମେଶ ନାକଟିଦେଉଳ ମେଡିକାଲରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି । ଅନ୍ୟପଟେ ଥାନା ଅଧିକାରୀ ଅଭିଯୋଗକୁ ଖଣ୍ଡନ କରି କହୁଛନ୍ତି କାହାକୁ ମାଡ଼ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking