17.1 C
Bhubaneswar
Wednesday, February 4, 2026
Homeଓଡିଶାଚୋର ଗ୍ୟାଙ୍ଗର ପର୍ଦାଫାଶ, ୮ ଗିରଫ

ଚୋର ଗ୍ୟାଙ୍ଗର ପର୍ଦାଫାଶ, ୮ ଗିରଫ

କେନ୍ଦ୍ରାପଡ଼ା: ଗୋଟିଏ ପଟେ ପୋଲିସ ସଜାଗ ରହିଥିବା ପ୍ରମାଣ ଦେଉଥିବା ବେଳେ ମାତ୍ର କେଇଘଣ୍ଟା ଭିତରେ ଏକ ପର‌୍ୟ୍ୟଟନ ସ୍ଥଳୀରୁ ଚୋରି ସହ ଶତାବ୍ଦୀ ଶତାବ୍ଦୀ ଧରି ପୂଜା ପାଉଥିବା ମୂର୍ତ୍ତିକୁ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଛନ୍ତି । ଡିସେମ୍ବର ୨୧ ତାରିଖ ରାତିରେ ନିକିରାଇ ଥାନା ଅନ୍ତର୍ଗତ ବିଭିନ୍ନ ଦେବାଦେବୀ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗରେ ୮ ଜଣଙ୍କୁକୋର୍ଟ ଚାଲାଣ କରାଯାଇଛି । ଏପଟେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ପର‌୍ୟ୍ୟଟନ ସ୍ଥଳୀ ଛୁଆଳିଆ ଶକ୍ତିପୀଠରେ ମା’ଙ୍କ ମାଟି ମୂର୍ତ୍ତିରେ ଲାଗିଥିବା ସ୍ୱର୍ଣ୍ଣ ଓ ରୌପ୍ୟ ଚିତାକୁ ଚୋରି କରିବା ସହ ସହ ମା’ଙ୍କ ମୂର୍ତ୍ତିକୁ ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । କେନ୍ଦ୍ରାପଡ଼ା ପୋଲିସ ପକ୍ଷରୁ କୁହାଯାଇଛି ଯେ, ଡିସେମ୍ବର ୨୨ ତାରିଖରେ ନିକିରାଇ ଥାନା ଧୋଲା ଗାଁର ହରି ବାରିକ ଅଭିଯୋଗ କରିଥିଲେ ଯେ, କିଛି ଅଜଣା ବ୍ୟକ୍ତି ତାଙ୍କ ଝିଅଙ୍କ ଘରୁ ସୁନା, ରୂପା ଅଳଙ୍କାର ଏବଂ ୩୦,୦୦୦ ଟଙ୍କା ନଗଦ ଚୋରି କରିନେଇଛନ୍ତି ଏବଂ ନିକଟସ୍ଥ ହନୁମାନ ମନ୍ଦିର ଏବଂ ଗ୍ରାମଦେବତୀ ମନ୍ଦିରର ଚାବି ଭାଙ୍ଗି ଚୋରି କରିଛନ୍ତି (ମୋଟ ସମ୍ପତ୍ତି ୩,୫୦,୦୦୦ ଟଙ୍କା)। ତେଣୁ, ସେ ଆଇନଗତ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସକୁ ରିପୋର୍ଟ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking