ଭୁବନେଶ୍ବର: ବାକି ପଇସା ମାଗିବାରୁ ଜାଳିଦେଲେ ଦୋକାନ। ଦେଢ଼ ଶହ ଟଙ୍କା ବାକି ପାଇଁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ। ଏଭଳି ଏକ ଘଟଣା ଘଟିଛି କ୍ୟାପିଟାଲ ଥାନା ଅଞ୍ଚଳରେ। ୟୁନିଟ-୬ ଅଞ୍ଚଳର ୫୩ ବର୍ଷୀୟା ସରୋଜିନୀ ପ୍ରଧାନଙ୍କ ଉପରେ ହୋଇଛି ଆକ୍ରମଣ। କ୍ୟାପିଟାଲ ହସ୍ପିଟାଲ ନିକଟରେ ମହିଳାଙ୍କ ଦୋକାନଟି ସମ୍ପୂର୍ଣ୍ଣ ଜଳିଯାଇଛି। ଖବର ପାଇ କ୍ୟାପିଟାଲ ଥାନା ପୁଲିସ ଗୁରୁତର ମହିଳାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି।