20.1 C
Bhubaneswar
Tuesday, December 16, 2025
Homeଅପରାଧକବାଟ ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କା

କବାଟ ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କା

ସମ୍ବଲପୁର : କବାଟ ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କା । ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ପୁରୁଣା ସୁନାପାଲି ଅଞ୍ଚଳରେ ଏମଡି ଜଲିଲ ନାମକ ଜଣେ ବ୍ୟକ୍ତିଙ୍କର ଘର ଥିଲା। ତେବେ ଜଲିଲଙ୍କ ଦେହ ଖରାପ ହେବା କାରଣରୁ ସେ ସପରିବାର ସହିତ ଚିକିତ୍ସା ହେବାପାଇଁ ବାହାର ମେଡିକାଲକୁ ଯାଇଥିଲେ। ତେବେ ଘରେ କେହିନଥିବା ସୁଯୋଗ ନେଇ ଚୋରମାନେ ତାଙ୍କ ଘରର ଗେଟ୍ ତାଲା ଭାଙ୍ଗିବା ସହ ଘରେ ଥିବା ଆଲମିରାରୁ ୪ଲକ୍ଷ ଟଙ୍କା ସହ ସୁନା ,ରୁପା ଅଳଙ୍କାର ଚୋରି କରି ନେଇଯାଇଥିଲେ। ହେଲେ ପରିବାର ଲୋକେ ଆଜି ଘରେ ପହଂଚି ଦେଖିଲା ବେଳକୁ ତାଙ୍କ ଘରର ଗେଟ ଓ ଆଲମିରାର କବାଟ ଭାଙ୍ଗି ଦେବା ସହିତ ଲକ୍ଷାଧିକ ତାଙ୍କର ଜିନିଷ ଚୋରି ହୋଇଯାଇଛି। ତେଣୁ ଏ ନେଇ ପରିବାର ଲୋକେ ତୁରନ୍ତ ଧନୁପାଲି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପୋଲିସ ନିଜର ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking