17.1 C
Bhubaneswar
Friday, December 26, 2025
Homeଦେଶ ବିଦେଶଡିସେମ୍ବର ୧ରୁ ବଦଳିବ ଏସବୁ ନିୟମ..

ଡିସେମ୍ବର ୧ରୁ ବଦଳିବ ଏସବୁ ନିୟମ..

ହାଇଦ୍ରାବାଦ: ପ୍ରତ୍ୟେକ ମାସର ପହିଲାରୁ କିଛି ନିୟମରେ ପରିବର୍ତ୍ତନ ହୋଇଥାଏ । 2025 ବର୍ଷର ଶେଷ ମାସ ଅର୍ଥାତ ଡିସେମ୍ବର ମାସର ଆରମ୍ଭ ଆପଣଙ୍କ ପକେଟ୍ ଏବଂ ବଜେଟ୍ ଉପରେ କିଛି ବିଶେଷ ପ୍ରଭାବ ପକାଇପାରେ । ଡିସେମ୍ବର ମାସର ପ୍ରଥମ ଦିନରୁ କିଛି ପ୍ରମୁଖ ନିୟମ ଏବଂ ରେଟ୍‌ରେ ପରିବର୍ତ୍ତନ ହେବାକୁ ଯାଉଛି । ତେଣୁ ନଭେମ୍ବର 30 ତାରିଖ ସୁଦ୍ଧା କିଛି କାର୍ଯ୍ୟ ସମାପ୍ତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି । ସରକାରୀ କର୍ମଚାରୀ, ଟାକ୍ସଦାତା, ପେନସନର୍ସ, LPG ଏବଂ ବିମାନ ଯାତ୍ରା ପାଇଁ ଖର୍ଚ୍ଚ କରୁଥିବା ବ୍ୟକ୍ତିଙ୍କୁ ଏହି ପରିବର୍ତ୍ତନଗୁଡ଼ିକ ପ୍ରଭାବିତ କରିପାରେ । ତେବେ ଡିସେମ୍ବର ପହିଲାରୁ କେଉଁ ନିୟମରେ କ’ଣ ପରିବର୍ତ୍ତନ ଘଟିବ ଆସନ୍ତୁ ଜାଣିବା..

ଜାତୀୟ ପେନସନ ଯୋଜନା ବା ନ୍ୟାସନାଲ ପେନସନ୍‌ ସ୍କିମ (NPS)ରୁ ୟୁନିଫାଏଡ ପେନସନ୍‌ ସ୍କିମ ବା ଏକୀକୃତ ପେନସନ ଯୋଜନା (UPS)କୁ ସ୍ଥାନାନ୍ତର କରିବାକୁ ଚାହୁଁଥିବା କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କ ପାଖରେ ସୀମିତ ସମୟ ଅଛି । ସେମାନଙ୍କୁ ନଭେମ୍ବର 30 ତାରିଖ ସୁଦ୍ଧା CRA ପୋର୍ଟାଲରେ ଅନଲାଇନରେ ଆବେଦନ କରିବାକୁ ପଡିବ କିମ୍ବା ସମ୍ପୃକ୍ତ ନୋଡାଲ୍ ଅଧିକାରୀଙ୍କ ନିକଟରେ ଫର୍ମ ଦାଖଲ କରିବାକୁ ପଡିବ । ଏହି ତାରିଖ ପରେ, UPSକୁ ସ୍ଥାନାନ୍ତର କରିବାର ବିକଳ୍ପ ବନ୍ଦ ହୋଇଯିବ । ପ୍ରତି ମାସ ଆରମ୍ଭରେ LPG ଦର ଅପଡେଟ୍ କରାଯାଏ । ଗତ ମାସରେ କମର୍ସିଆଲ ସିଲିଣ୍ଡର ଶସ୍ତା ହୋଇଥିଲା । ଘରୋଇ ସିଲିଣ୍ଡରର ନୂଆ ଦର ଡିସେମ୍ବର 1ରେ ନିର୍ଣ୍ଣୟ କରାଯିବ । ଏହା ପରିବାରର ମାସିକ ବଜେଟ୍ ଉପରେ ପ୍ରଭାବ ପକାଇପାରେ । ଡିସେମ୍ବର ମାସ ଆରମ୍ଭ ଅନେକ ବଡ଼ ଆର୍ଥିକ ପରିବର୍ତ୍ତନ ଆଣିବାକୁ ଯାଉଛି । ତେଣୁ, ନଭେମ୍ବର 30 ତାରିଖ ସୁଦ୍ଧା ସମସ୍ତ ଆବଶ୍ୟକୀୟ ଫାଇଲିଂ ଏବଂ କାଗଜପତ୍ର ସମାପ୍ତ କରିବା ଏବଂ ଡିସେମ୍ବର 1ରେ ଦର ଅପଡେଟ୍ ଉପରେ ନଜର ରଖିବା ଗୁରୁତ୍ୱପୂର୍ଣ୍ଣ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking