ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ହେବାକୁ ଥିବା ୧୮ ତମ ପ୍ରବାସୀ ଭାରତୀୟ ଦିବସ ୨୦୨୫ କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ ଭାରତର ମହାମହିମ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଜାନୁୟାରୀ ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଓଡିଶା ଗସ୍ତରେ ଆସୁଛନ୍ତି। ଭିଆଇପି ଓ ଭିଭିଆଇପିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କମିସନରେଟ ପୁଲିସ କିଛି କଟକଣା ଲାଗୁ କରିଛି ।ଏହି କଟକଣା ଅନୁଯାୟୀ କୌଣସି ଯାନବାହାନ ଏହି ରାସ୍ତାରେ ଯାତାୟାତ କରିପାରିବେ ନାହିଁ ।
ବୁଧବାର (୮ ଜାନୁୟାରୀ) ସନ୍ଧ୍ୟା ୭.୫୦ ମିନିଟରୁ ସନ୍ଧ୍ୟା ୮ଟା ୨୦ ମିନିଟ ପର୍ଯ୍ୟନ୍ତ ଏୟାରପୋର୍ଟ ଛକ-ହସ୍ପିଟାଲ ଛକ-ଏଜି ଛକ-ରାଜଭବନ ରାସ୍ତା ବନ୍ଦ ରହିବ।
ଗୁରୁବାର (୯ ଜାନୁୟାରୀ) ସକାଳ ୯ଟା ୩୦ ମିନିଟରୁ ୧୦ଟା ଯାଏଁ ରାଜଭବନ ଛକ-ଶାସ୍ତ୍ରୀନଗର ଛକ-ଜୟଦେବ ବିହାର-ଜାଭିୟର ଛକ ରାସ୍ତା ବନ୍ଦ ରହିବ। ଅପରାହ୍ନ ୪ଟା ୨୦ ମିନିଟରୁ ୪ଟା ୫୦ ମିନିଟ ପର୍ଯ୍ୟନ୍ତ ଏୟାରପୋର୍ଟ ଛକ-ଏଜି ଛକ-ରାଜଭବନ ରାସ୍ତା ବନ୍ଦ ରହିବ ।
ଶୁକ୍ରବାର (୧୦ ଜାନୁୟାରୀ) ସକାଳ ୧୧.୨୦ମିନିଟରୁ ସକାଳ ୧୧ଟା ୫୦ ମିନିଟ ପର୍ଯ୍ୟନ୍ତ ରାଜଭବନ ଛକ-ଶାସ୍ତ୍ରୀ ନଗର ଛକ-ଜୟଦେବ ବିହାର ଛକ-ନାଲକୋ ଛକ ରାସ୍ତା ବନ୍ଦ ରହିବ।ସେହିପରି ଅପରାହ୍ନ ୪ଟା ୫୦ ମିନିଟରୁ ସନ୍ଧ୍ୟା ୫ଟା ୨୫ ମିନିଟ ପର୍ଯ୍ୟନ୍ତ ନାଲ୍କୋ ଛକ-ଜାଭିୟର ଛକ-ଜୟଦେବ ଵିହାର ଛକ-ଶାସ୍ତ୍ରୀ ନଗର ଛକ- ରାଜଭବନ ଛକ-ଏଜି ଛକ-ହସ୍ପିଟାଲ ଛକ-ଏୟାର ପୋର୍ଟ ଛକ ରାସ୍ତା ବନ୍ଦ ରହିବ।