ଭୁବନେଶ୍ୱର: ଆଇସକ୍ରିମ କାହାକୁ ବା ପସନ୍ଦ ନୁହେଁ । ବିଶେଷକରି ଗ୍ରୀଷ୍ମ ଋତୁରେ ଏହାର ବୃଦ୍ଧି ପାଇଥାଏ । କିନ୍ତୁ ଆଇସକ୍ରିମ ଖାଇବା ସମସ୍ତଙ୍କ ପାଇଁ ଜରୁରୀ ନଥାଏ । ଆଇସକ୍ରିମ ତିଆରି କରିବାରେ ପ୍ରଚୁର ଚିନି ବ୍ୟବହୃତ ହୁଏ । ଏଭଳି ପରିସ୍ଥିତିରେ ଯଦି ଆପଣ ମଧୁମେହ ରୋଗୀ , ତେବେ ଆପଣଙ୍କୁ ଏହାକୁ ଖାଇବାରୁ ଦୂରେଇ ରହିବା ଉଚିତ । ଏହାକୁ ଖାଇବା ଦ୍ୱାରା ଆପଣଙ୍କ ସୁଗାର ସ୍ତର ହଠାତ ବୃଦ୍ଧି ପାଇ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇପାରେ । ଆଇସକ୍ରିମ ତିଆରି କରିବାରେ ଅନେକ କ୍ଷତିକାରକ ରାସାୟନିକ ପଦାର୍ଥ ବ୍ୟବହାର କରାଯାଏ । ଯାହା ଶରୀର ପାଇଁ କ୍ଷତିକାରକ । ଏପରି ପରିସ୍ଥିତିରେ ହୃଦରୋଗୀମାନେ ଏହାକୁ ନଖାଇବା ଭଲ । ଅତ୍ୟଧିକ ଆଇସକ୍ରିମ ଖାଇବା ଦ୍ୱାରା ଦାନ୍ତ ଖରାପ ହେବାକୁ ଲାଗିଥାଏ । ଏହା ସହିତ ମେଦବହୁଳତା ଶରୀରରେ ଅଧିକ ଦେଖାଦିଏ । ଆଇସକ୍ରିମ ଖାଇବା ଦ୍ୱାରା ଆପଣଙ୍କ ଓଜନ ବଢିପାରେ। ଏଥିରେ ପ୍ରଚୁର ପରିମାଣରେ କ୍ୟାଲୋରି ମିଳିଥାଏ । ଯଦି ଆପଣ ମେଦବହୁଳତା କମାଇବାକୁ ଚେଷ୍ଟା କରୁଛନ୍ତି , ତେବେ ଆଇସକ୍ରିମ ଖାଇବାରୁ ଦୂରେଇ ରୁହନ୍ତୁ ।