34.8 C
Bhubaneswar
Thursday, April 9, 2026
Homeଦେଶ ବିଦେଶଗରିବ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ହେବ : ପ୍ରଧାନମନ୍ତ୍ରୀ

ଗରିବ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ହେବ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ରାଜ୍ୟସଭାରେ ନିଜର ବକ୍ତବ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସମୟରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ଉଠାଇଛନ୍ତି ପ୍ରଧାନମନ୍ତ୍ରୀ। ଏଥର ନିର୍ବାଚନକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଜନତା ଆମକୁ ଆଶୀର୍ବାଦ ଦେଇଛନ୍ତି। ସେମାନେ ନିଜର ବୁଦ୍ଧି ଓ ବିବେକ ଖଟାଇ ସରକାର ଚୟନ କରିଛନ୍ତି। ଧର୍ମ ରାଜନୀତି ଛାଡ଼ି ଭରସାର ରାଜନୀତିରେ ବିଜୟର ମୋହର ଲଗାଇଛନ୍ତି ଜନତା। ଦେଶର ଗରିବୀ ଦୂରିକରଣ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଗାମୀ ୫ ବର୍ଷ ଗରିବୀ ଦୂରିକରଣ କ୍ଷେତ୍ରରେ ନିର୍ଣ୍ଣାୟକ ଲଢ଼େଇ ହେବ। ଗରିବୀ ମୂଳୋତ୍ପଟନ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ରହିବ। ଚାଷୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ବିଭିନ୍ନ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଦଳର ନିର୍ବାଚନୀ ଫଳାଫଳକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ୬୦ ବର୍ଷ ପରେ ବିଜେପି ତୃତୀୟ ଥର ପାଇଁ ସରକାର ଗଢିଛି। ସରକାର ୧୦ ବର୍ଷ ପୂର୍ଣ୍ଣ କଲା, ଆଗକୁ ଆହୁରି ୨୦ ବର୍ଷ ଯିବାର ଅଛି। ମୋ ଭଳି ଲୋକଙ୍କୁ ସଂସଦରେ ପହଞ୍ଚିବାର ସୁଯୋଗ ମିଳିଛି। ଏହା କେବଳ ବାବା ସାହେବ ଆମ୍ବେଦକରଙ୍କ ପାଇଁ ସମ୍ଭବ ହୋଇ ପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking