34.1 C
Bhubaneswar
Thursday, April 2, 2026
Homeଓଡିଶା୬ସହରରେ ହେବ ୧୯ଟି ଏଫଏମ୍‌‌ ରେଡିଓ ଷ୍ଟେସନ୍‌‌

୬ସହରରେ ହେବ ୧୯ଟି ଏଫଏମ୍‌‌ ରେଡିଓ ଷ୍ଟେସନ୍‌‌

ଭୁବନେଶ୍ୱର : ଓଡ଼ିଶାର ୬ଟି ସହରରେ ୧୯ ଟି ପ୍ରାଇଭେଟ୍‌‌ ଏଫ୍‌‌ଏମ୍‌‌ ରେଡିଓ ଷ୍ଟେସନ୍‌‌ ଆରମ୍ଭ ହେବ। ପୁରୀ, ଭଦ୍ରକ, ବାଲେଶ୍ୱର, ବାରିପଦା, ସମ୍ବଲପୁରରେ ୩ଟି ଲେଖାଏଁ ହେବାକୁ ଥିବା ବେଳେ ବ୍ରହ୍ମପୁରରେ ଆରମ୍ଭ ହେବ ୪ଟି ଏଫଏମ୍‌‌ ରେଡ଼ିଓ ଷ୍ଟେସନ୍‌‌। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌‌ ବୈଠକରେ ଘରୋଇ ଏଫଏମ୍‌‌ ରେଡ଼ିଓ ତୃତୀୟ ପର୍ୟ୍ୟାୟ ନୀତି ଆଧୀନରେ ୨୩୪ଟି ନୂଆ ସହରରେ ମୋଟ୍‌‌ ୭୩୦ଟି ଚ୍ୟାନେଲ ପାଇଁ ତୃତୀୟ ବ୍ୟାଚ୍‌‌ ଇ-ନିଲାମ ପ୍ରସ୍ତାବକୁ ଅନୁମୋଦନ ମିଳିଛି।

ଏଥିରେ ନଗର, ସହର ତଥା ରାଜ୍ୟ ଅନୁଯାୟୀ ତାଲିକା ଏବଂ ନୂତନ ନିଲାମ ପାଇଁ ଅନୁମୋଦିତ ଘରୋଇ ଏଫଏମ୍‌‌ ଚ୍ୟାନେଲ ସଂଖ୍ୟାକୁ ସଂଲଗ୍ନକ ଭାବେ ତାଲିକାଭୁକ୍ତ କରାଯାଇଛି। ତେବେ ବସ୍ତୁ ଓ ସେବା ଟିକସ (ଜିଏସଟି)କୁ ବାଦ୍‌‌ ଦେଇ ଏଫଏମ୍‌‌ ଚ୍ୟାନେଲର ବାର୍ଷିକ ଲାଇସେନ୍ସ ଶୁଳ୍କ (ଏଲଏଲଏଫ୍‌‌)ମୋଟ୍‌‌ ରାଜସ୍ୱର ୪% ଆଦାୟ କରିବା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍‌‌ ଅନୁମୋଦନ କରିଛି। ଏହା ୨୩୪ଟି ନୂଆ ନଗର ଓ ସହର ପାଇଁ ଲାଗୁ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking