ଭୁବନେଶ୍ୱର: ରାଜ୍ୟରେ ସାରର ଅଭାବ ନାହିଁ କହିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଆହୁରି କହିଛନ୍ତି, ସାରର ଅଭାବ ନାହିଁ, କେଉଁଠି ଅସୁବିଧା ପାଇଁ ନ ପହଞ୍ଚି ଥାଇପାରେ । ନବୀନ ବାବୁ କେବଳ ଚିଠି ଲେଖିଛନ୍ତି , ପୂର୍ୱରୁ ଦିଦିଙ୍କୁ ବି ଚିଠି ଲେଖିଥିଲେ । ଫଳ କଣ ହେଲା ସମସ୍ତେ ଜାଣିଛନ୍ତି । ଅନ୍ୟପଟେ ସାର ପ୍ରସଙ୍ଗକୁ ନେଇ କେନ୍ଦ୍ରକୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଚଟ୍ଟନାୟକ ।










