21.1 C
Bhubaneswar
Sunday, December 7, 2025
Homeଓଡିଶାପୂର୍ବ ବିଚାରଧାରାରେ ଦଳ ନାହିଁ: ପ୍ରଫୁଲ୍ଲ

ପୂର୍ବ ବିଚାରଧାରାରେ ଦଳ ନାହିଁ: ପ୍ରଫୁଲ୍ଲ

ଭୁବନେଶ୍ୱର: ବିଜେଡି ପାଇଁ ଏବେ କିଛି ଭଲ ନାହିଁ । ଦଳରେ ଏବେ ଗୋଷ୍ଠୀକନ୍ଦଳ ପିକରେ ପହଞ୍ଚିଛି । ଜଣକ ପରେ ଜଣେ ନେତା ଓ ନେତ୍ରୀ ଦଳ ତଥା ଦଳୀୟ ନେତାଙ୍କ ବିରୋଧରେ ବିଷୋଦଗାର କରୁଛନ୍ତି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ବିଜେଡି ପରିଚାଳନାକୁ ନେଇ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ବଡ଼ କଥା କହିଛନ୍ତି । ଦେବାଶିଷ, ରଣେନ୍ଦ୍ର, ଅରୁଣ ଓ ଭୁପିନ୍ଦରଙ୍କ ପରେ ପ୍ରଫୁଲ୍ଲ ମଲ୍ଲିକ ମୁହଁ ଖୋଲିଛନ୍ତି । ଆଗକୁ ଯଦି ଠିକଭାବେ ନଚାଲେ ତେବେ ମୁଁ ଦଳଠୁ ଦୂରେଇ ଯିବି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।

ଏହାଛଡ଼ା ସେ କହିଛନ୍ତି ଯେ ମୁଁ ଏବେ ବିଜେଡିରେ ଅଛି । ତେବେ ସାଙ୍ଗଠନିକ କାର୍ଯ୍ୟରେ ଯୋଗ ଦେଉନି । ବିଜେଡି ସଠିକଭାବେ ବିରୋଧୀ ଦଳର ଭୂମିକା ନିର୍ବାହ କରୁନାହିଁ ।ପୂର୍ବ ବିଚାରଧାରାରେ ଦଳ ନାହିଁ । ଦଳକୁ ସଂଗଠିତ କରିବାକୁ ପିଏସି ଓ ଶୃଙ୍ଖଳା କମିଟି ପାଇଁ କହିଥିଲୁ, ହୋଇଛି । ଅନ୍ୟ ପ୍ରସ୍ତାବଗୁଡ଼ିକ ଦଳରେ ଗ୍ରହଣ କରାଯାଇ ନାହିଁ । ମୋ ସହିତ କେହି ଆଲୋଚନା କରିନାହାନ୍ତି କି ମୁଁ କାହାକୁ ଭେଟିନି । ବର୍ତ୍ତମାନ ନୂଆ ବିଜେଡି ଗଠନ କରିବାର ସମୟ ନୁହେଁ, ପୁରୁଣାର ସଠିକ ପରିଚାଳନା କରିବା ଦରକାର ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking