ଭୁବନେଶ୍ୱର: ବିଏମସି ଅଫିସ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଲେ ମେୟର ସୁଲୋଚନା ଦାସ । ଛିଡାହୋଇ ରହୁଥିବା ସୁରକ୍ଷାକର୍ମୀ ଦରକାର ନାହିଁ । ଗନମ୍ୟାନ ଦରକାର । ଯଦି ସେମାନେ କର୍ମଚାରୀଙ୍କୁ ସୁରକ୍ଷା ଦେଇ ପାରୁନାହାନ୍ତି , କାହିଁକି ରହିବେ । ସେହିପରି ସିସିଟିଭି ଅଚଳ ନେଇ ସ୍ମାର୍ଟ ସିଟି ସଂସ୍ଥାକୁ ଟାର୍ଗେଟ କଲେ । ସିସିଟିଭି ଅଚଳ ନେଇ ସ୍ମାର୍ଟ ସିଟି କର୍ତ୍ତୁପକ୍ଷ କାହିଁକି ଜଣାଇ ନଥିଲେ । ଆମେ ସ୍ମାର୍ଟସିଟି ହାତରୁ ଦାୟିତ୍ୱ କାଢି ବିଏମସିକୁ ଦେବାକୁ ଚାହୁଁଛୁ ।