32.1 C
Bhubaneswar
Wednesday, September 18, 2024
Homeଓଡିଶାଏସବୁ ବାସନରେ ରାନ୍ଧୁନାହାନ୍ତି ତ ଖାଦ୍ୟ ? ହୋଇପାରେ ହାନିକାରକ

ଏସବୁ ବାସନରେ ରାନ୍ଧୁନାହାନ୍ତି ତ ଖାଦ୍ୟ ? ହୋଇପାରେ ହାନିକାରକ

ଭୁବନେଶ୍ୱର: ଆଜିକାଲି ବଜାରରେ ବିଭିନ୍ନ ପ୍ରକାରର ବାସନ ମିଳେ । କାହାର ରଙ୍ଗ ତ ଆଉ କାହାର ଡିଜାଇନ ଲୋକଙ୍କୁ ଆକର୍ଷିତ କରେ । ଏମିତି ସମସ୍ତେ ନିଜ ନିଜ ପସନ୍ଦର ବାସନରେ ଖାଦ୍ୟ ରାନ୍ଧିବା ଓ ଖାଇବାକୁ ଭଲ ପାଆନ୍ତି । କିଛି ଆଲୁମିନିୟମ ବାସନରେ ରୋଷେଇ କରନ୍ତି ତ ଆଉ କିଛି ଷ୍ଟେନଲେସ୍ ଷ୍ଟିଲ କିମ୍ବା ନନଷ୍ଟିକ ବାସନ ପସନ୍ଦ କରନ୍ତି । ବିଭିନ୍ନ ରଙ୍ଗର ଓ ବିଭିନ୍ନ ଡିଜାଇନର ବାସନ ବ୍ୟବହାର କରିବାକୁ ଲୋକେ ଅଧିକ ପସନ୍ଦ କରୁଥିବା ଦେଖାଯାଉଛି । ଯଦି ଗାଁ କଥା କହିବା, ତାହେଲେ ଆଜି ବି ସେଠାରେ ଲୋକମାନେ ରୋଷେଇ ପାଇଁ ମାଟିପାତ୍ର ବା ମାଟି ତିଆରି ହାଣ୍ଡି, କଡେଇ ଅଧିକ ପସନ୍ଦ କରନ୍ତି । ତେବେ କେବେ ଭାବିଛନ୍ତି କି, ଆପଣ ଯେଉଁ ଧାତୁ ନିର୍ମିତ ବାସନ ବ୍ୟବହାର କରୁଛନ୍ତି ତାହା ସ୍ୱାସ୍ଥ୍ୟ ପ୍ରତି କେତେ ହିତକର ? କାରଣ ଏପରି ଅନେକ ବାସନ ରହିଛି, ଯେଉଁଥିରେ ଖାଦ୍ୟ ଖାଇବା ଏବଂ ରାନ୍ଧିବା ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ତେଣୁ ସୁସ୍ଥ ରହିବାକୁ କେବଳ ଭଲ ଖାଦ୍ୟ ନୁହେଁ, ସୁରକ୍ଷିତ ବାସନରେ ମଧ୍ୟ ଜରୁରୀ । କାରଣ ଅଧିକାଂଶ ଧାତୁ ବା ମେଟାଲ ବାସନରେ ବିଷାକ୍ତ କେମିକାଲ ରହିଥାଏ, ଯାହା ଖାଦ୍ୟ ଭିତରକୁ ଯାଇ ଦୂଷିତ କରେ । ତେଣୁ କେଉଁ ବାସନର ରୋଷେଇ କରିବା ସୁରକ୍ଷିତ, ତାହା ଜାଣିବା ଜରୁରୀ ।

ମାଟିପାତ୍ର:
ଖାଦ୍ୟ ରାନ୍ଧିବା ପାଇଁ ମାଟିପାତ୍ର ସବୁଠୁ ସୁରକ୍ଷିତ ଅଟେ । ଏହି ବାସନରେ ରୋଷେଇ କଲେ ଖୁବ୍ କମ୍ ତେଲ ଦରକାର ପଡିଥାଏ । ଏହା ପରିବେଶ ଅନୁକୂଳ ସହିତ ଖାଦ୍ୟର ପୌଷ୍ଟିକତାକୁ ବି ବଜାୟ ରଖେ । ମାଟି ବାସନ ଖାଦ୍ୟରେ ଉତ୍ତାପ ସଂଚାର କରିଥାଏ, ଯଦ୍ୱାରା ପୋଷକତତ୍ତ୍ୱ ସୁରକ୍ଷିତ ରହିଥାଏ ।

ମେଟାଲ ବାସନ:
ଆମେ ବିଭିନ୍ନ ପ୍ରକାରର ବାସନ ବ୍ୟବହାର କରୁଛେ, ଯାହା ଅଲଗା ଅଲଗା ମେଟାଲରେ ନିର୍ମିତ । ଏଥିରୁ କିଛି ବାସନ ଯେମିତି- ଆଲୁମିନିୟମ, ଲୁହା, ପିତ୍ତଳ କିମ୍ବା ତମ୍ବାରେ ଖାଦ୍ୟ ରାନ୍ଧିବା କିମ୍ବା ରଖିବା ଦ୍ୱାରା ଏହା ଖାଦ୍ୟରେ ମିଶିଯାଇଥାଏ । ଆଲୁମିନିୟମ, ଲୁହା, ପିତ୍ତଳ ଓ ତମ୍ବା ବାସନରେ ଆଚାର, ଚଟଣୀ, ସାମ୍ବର ଓ ସସ୍ ଭଳି ଖାଦ୍ୟ ସଂରକ୍ଷଣ କଲେ ଏହା ସୁରକ୍ଷିତ ରହିଥାଏ ।

ଷ୍ଟେନଲେସ୍ ଷ୍ଟିଲ ବାସନ:
ଯଦି ଠିକ୍ ଭାବେ ବ୍ୟବହାର କରାଯାଏ, ତାହେଲେ ଷ୍ଟେନଲେସ୍ ଷ୍ଟିଲ ବାସନ ମଧ୍ୟ ଖାଦ୍ୟ ରାନ୍ଧିବା ପାଇଁ ସୁରକ୍ଷିତ । ଏହାର ସ୍ଥାୟିତ୍ୱ, କଳଙ୍କି ନଲାଗିବା ଆଦି ବିଭିନ୍ନ ଫାଇଦା କାରଣରୁ ସାରା ବିଶ୍ୱରେ ରୋଷେଇଘରେ ଏହି ବାସନ ବ୍ୟାପକ ବ୍ୟବହାର କରାଯାଉଛି । ଏହା ଅମ୍ଲଯୁକ୍ତ କିମ୍ବା କ୍ଷାର ଖାଦ୍ୟ ପଦାର୍ଥ ସହିତ ମିଶେ ନାହିଁ କିମ୍ବା ପ୍ରତିକ୍ରିୟା କରେନାହିଁ । ଏହାର ଅର୍ଥ ଯଦି ଏହି ବାସନରେ ଖାଦ୍ୟ ରଖାଯାଏ, ତାହେଲେ ଖାଦ୍ୟରେ ମେଟାଲର ସ୍ୱାଦ କିମ୍ବା ହାନିକାରକ ପଦାର୍ଥ ମିଶିବାର ସମ୍ଭାବନା ନଥାଏ ।

ଟେଫଲନ କୋଟେଡ ନନଷ୍ଟିକ ପ୍ୟାନ:
ଟେଫଲନ କୋଟେଡ ନନଷ୍ଟିକ ପ୍ୟାନ ୧୭୦ ଡିଗ୍ରୀ ସେଲସିୟସରୁ ଅଧିକ ତାପମାତ୍ରାରେ ଗରମ ହେଲେ ବିପଦପୂର୍ଣ୍ଣ ହୋଇପାରେ । ଏହା ସେତେବେଳେ ହୋଇଥାଏ, ଯେବେ ଖାଲି ପ୍ୟାନକୁ ଦୀର୍ଘ ସମୟ ଯାଏଁ ନିଆଁ ଉପରେ ରଖାଯାଏ । ଏହାଦ୍ୱାରା କୋଟିଙ୍ଗସ୍ ବିଷାକ୍ତ ଧୂଆଁ ସୃଷ୍ଟି କରିଥାଏ । ତେଣୁ ଏହି ନନଷ୍ଟିକ ବାସନ ବ୍ୟବହାର ବେଳେ ଏହାର ୟୁଜ ଏବଂ କ୍ଲିନିଂ ଇନଷ୍ଟ୍ରକସନ କଡାକଡି ପାଳନ କରିବା ଉଚିତ୍ । ବାସନର କୋଟିଙ୍ଗ ଖରାପ ହୋଇଯିବା ପରେ ଏହାକୁ ଆଦୌ ବ୍ୟବହାର କରିବା ଠିକ୍ ନୁହେଁ ବରଂ ଫିଙ୍ଗିଦେବା ଉଚିତ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking