19.1 C
Bhubaneswar
Monday, December 8, 2025
Homeଓଡିଶାରାଜ୍ୟରେ ନାହିଁ ସାର ସଙ୍କଟ: ଉପମୁଖ୍ୟମନ୍ତ୍ରୀ

ରାଜ୍ୟରେ ନାହିଁ ସାର ସଙ୍କଟ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ସାର ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ। ରାଜ୍ୟର ବିଭିନ୍ନ ସ୍ଥାନରେ ୟୁରିଆ ସାରର ଅଭାବ ଦେଖିବାକୁ ମିଳିଛି । କିଛି ଜିଲ୍ଲା ପ୍ୟାକ୍ସ ଏବଂ ଲାମ୍ସରେ ସାର କଳାବଜାରୀ ହେଉଥିବା ଅଭିଯୋଗ ହେଉଛି। ଏନେଇ ଗତକାଲି ସବୁ ଜିଲ୍ଲାକୁ ସମବାୟ ବିଭାଗ ଚିଠି କରିଥିଲା। କଳାବଜାରୀ ରୋକିବା ସହିତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗ ନିର୍ଦ୍ଦେଶ ଦେଇଥିଲା । ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାର ସଙ୍କଟର ସମୀକ୍ଷା କରିଛନ୍ତି । ବୈଠକ ପରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ କରିଛନ୍ତି, ରାଜ୍ୟରେ ଆବଶ୍ୟକୀୟ ସାର ମହଜୁଦ ଅଛି। ସାର ସଙ୍କଟ  ଦେଖାଦେଇନାହିଁ । ଯେଉଁମାନେ କଳାବଜାରୀ କରୁଥିବା ବ୍ୟକ୍ତିଙ୍କ ବିରୋଧରେ  କଡା କାଯ୍ୟାନୁଷ୍ଠାନ  ନିଆଯାଉଛି  ା ୫୮ଟି ଜାଗାରେ ଚଢାଉ ହୋଇଛି ଆଉ ମାତ୍ର ୮ରୁ ୯ ଦିନ ଆବଶ୍ୟକ। ଗତବର୍ଷ ଅପେକ୍ଷା ଏବର୍ଷ ଅଧିକ ସାରର ଡିମାଣ୍ଡ ରହିଛି ବୋଲି କହିଛନ୍ତି, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking