26.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶମହନ୍ତ ଓ ମାଫିଆଙ୍କ ମଧ୍ୟରେ କୌଣସି ଫରକ୍ ନାହିଁ : ଅଖିଳେଶ

ମହନ୍ତ ଓ ମାଫିଆଙ୍କ ମଧ୍ୟରେ କୌଣସି ଫରକ୍ ନାହିଁ : ଅଖିଳେଶ

ଲକ୍ଷ୍ନୌ:  ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସାଂସଦ ଅଖିଳେଶ ଯାଦବ ଲକ୍ଷ୍ନୌରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଓ ବିଏସ୍‌ପିକୁ କଡ଼ା ସମାଲୋଚନା କରିଛନ୍ତି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପରୋକ୍ଷରେ ଟାର୍ଗେଟ୍ କରି ଅଖିଳେଶ ଯାଦବ କହିଛନ୍ତି ଯେ, ଏକ ମଠର ମହନ୍ତ ଏକ ମାଫିଆ ମଧ୍ୟରେ ବିଶେଷ ପାର୍ଥକ୍ୟ ନାହିଁ । ଯାହାର ଚିନ୍ତାଧାରା ନକାରାତ୍ମକ ଓ ହୃଦୟ ଓ ମନ ନକାରାତ୍ମକ ଥାଏ, ସେ କେବଳ ନଷ୍ଟ କରିପାରିବ, ବିକାଶ କରିପାରିବ ନାହିଁ । ସୁଲତାନ୍‌ପୁର ଅଞ୍ଚଳରେ  ହୋଇଥିବା ଏକ ଏନ୍‌କାଉଣ୍ଟର ଘଟଣା ପ୍ରସଙ୍ଗରେ କହିବାକୁ ଯାଇ ଅଖିଳେଶ ଏପରି କହିଛନ୍ତି । ଅଖିଳେଶ ଉକ୍ତ ଏନ୍‌କାଉଣ୍ଟର ପ୍ରକ୍ରିୟାକୁ ଫେକ୍ ବା ନକଲି ଏନ୍‌କାଉଣ୍ଟର ବୋଲି ଅଭିହିତ କରିଛନ୍ତି । ଏଥିସହିତ ଏହି ଘଟଣାକୁ କେନ୍ଦ୍ର କରି ସେ ପ୍ରଦେଶ ବିଜେପି ସରକାରଙ୍କୁ ମଧ୍ୟ ପ୍ରଶ୍ନ କରିଛନ୍ତି । ଅଖିଳେଶଙ୍କ କହିବାନୁସାରେ ଅପରାଧ ନିୟନ୍ତ୍ରଣ ତଥା ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆଳରେ ବିଜେପି ଏତେମାତ୍ରାରେ ଫେକ୍ ଏନକାଉଣ୍ଟର କରିଛି ଯେ ଉତ୍ତରପ୍ରଦେଶକୁ ନକଲି ଏନକାଉଣ୍ଟରର ରାଜଧାନୀ ବୋଲି କହିଲେ ଭୁଲ୍ ହେବନି । ଉତ୍ତରପ୍ରଦେଶବାସୀ ମଧ୍ୟ ଏନେଇ ବେଶ୍ ଭଲଭାବେ ଅବଗତ ଯେ, ବିଜେପି ସରକାରରେ କେବଳ ଫେକ୍ ଏନ୍‌କାଉଣ୍ଟର ହିଁ ହେଉଛି । ସୁଲତାନପୁରରେ ଘଟିଥିବା ଘଟଣା ଆଦୌ ନୂଆ ନୁହେଁ । ଏହା ପୂର୍ବରୁ ମଧ୍ୟ ଏପ୍ରକାର ଘଟଣା (ଫେକ୍ ଏନ୍‌କାଉଣ୍ଟର) ଘଟିସାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking