26.1 C
Bhubaneswar
Friday, March 27, 2026
Homeଓଡିଶାସରୁନି ନଗଡ଼ା ଦୁଃଖ ଗୁହିଆଶାଳକୁ କେବେ କଂକ୍ରିଟ ରାସ୍ତା

ସରୁନି ନଗଡ଼ା ଦୁଃଖ ଗୁହିଆଶାଳକୁ କେବେ କଂକ୍ରିଟ ରାସ୍ତା

ଯାଜପୁର : ଯାଜପୁର ଜିଲ୍ଲା ର ବାହୁ ଚର୍ଚ୍ଚିତ ନଗଡ଼ା ଗୁହିଆ ଶାଳ l ନଗଡା ର ଅପୃଷ୍ଟିକର ଶିଶୁ ମୃତ୍ୟୁ ସମଗ୍ର ବିଶ୍ବ ରେ ଚର୍ଚା ର କେନ୍ଦ୍ର ବିନ୍ଦୁ ପlଲିଟି ଥିଲା l କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିଦ୍ରା ଭଙ୍ଗ ହୋଇ ଥିଲା l ନଗଡା ପାଈ ବିକାସ ର ପର୍ବ ଆରମ୍ଭ ହେଲା l
ନଗଡ଼ାରେ ପ୍ରଶାସନର କସରତକୁ ୮ ବର୍ଷ ପୂରିଲାଣି। ହେଲେ ଭଲ ରାସ୍ତା ଖଣ୍ଡେ ସେ ଅଞ୍ଚଳ ପାଇଁ ଜୁଟିଲା ନାହିଁ l କେବେ ସେଠାରେ ବିକlସ ର ସୂର୍ଯ୍ୟ ଉଦୟ ହେବ ତାହା ଏବେ ପ୍ରଶ୍ନ ବାଛି l ଏବେ ସରକାର ଯାଇ ଡବଲ ଇଞ୍ଜିନ ସରକାର ଆସିଛି କିନ୍ତୁ ନଗଡ଼ା ସମେତ ସେ ଅଚଳ ର ବିକାସ ପରିବର୍ତ୍ତେ ବିନାଶ ଆଡ଼କୁ ଅଗ୍ରସର ହେଉଛି ଏଅଂଚଳ ପାଈ କାମ କରୁଥିବା ଶିକ୍ଷକ, ଡାକ୍ତରୀଦଳ ଓ ନିୟମିତ ନଗଡ଼ା ଗଡ଼ୁଥିବା କିଛି ସରକାରୀ କର୍ମଚାରୀଙ୍କ ଦୁଃଖ ସରୁନି। ଭାଲ ରାସ୍ତା ଖଣ୍ଡେ ନ ଥିବାରୁ ବର୍ଷା ଖାଇ ଅତି କଷ୍ଟ ଯାଉଛନ୍ତି l ଏବେ ଚତୁର୍ମାସ୍ୟାରେ ନଗଡ଼ା ପଡ଼ୋଶୀ ଗୁହିଆଶାଳ ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲରେ ନିୟୋଜିତ ଥିବା ୨ ଶିକ୍ଷକଙ୍କ ଦୁଃଖ ଦୁର୍ଦ୍ଦଶା କହିଲେ ନ’ସରେ। ହାକିମଙ୍କ ହୁକୁମ୍ ପାଇଁ ଦୈନିକ କାଦୁଅ ପାଣି ପଚରପଚର ରାସ୍ତାରେ ମୁଣ୍ଡରେ ଓ କାନ୍ଧରେ ଭାର ମୁଣ୍ଡେଇ ସାଢ଼େ ୩ କିଲୋମିଟର ଚାଲିବାକୁ ପଡ଼ୁଛି। ପ୍ରଧାନଶିକ୍ଷକ ଜଗନ୍ନାଥ ଟୁଡ଼ୁଙ୍କୁ ଗୋଟିଏ ହାତରେ ନିଜ ଚପଲ ଓ ଅନ୍ୟ ହାତରେ ସରକାରୀ ଶିକ୍ଷକ ଶ୍ରୀ ମୁର୍ମୁଙ୍କ ଚପଲ ସହ ଛତା ଧରି ଚାଲିବାକୁ ହୋଇଥାଏ। ଏମିତିରେ ମୁଣ୍ଡରେ ଅଣ୍ଡା ପେଟି ଧରି ଭାରସାମ୍ୟ ରଖି ଚାଲିବା କେତେ କଷ୍ଟକର କେବଳ ଅନୁଭବୀ ହିଁ କହିପାରିବ ବୋଲି କହନ୍ତି ଶିକ୍ଷକ ଶ୍ରୀ ମୁର୍ମୁ। ଏବେ ଚଢ଼ା ଦରରେ କିଣା ଯାଉଥିବା ୧୬ କିଲୋ ଓଜନର ଅଣ୍ଡାପେଟି ଗଳି ପଡ଼ିଲେ ପରିଶ୍ରମ ତ’ ବେକାର, ତା’ ସାଙ୍ଗକୁ ହାତରୁ ପାଖାପାଖି ୧୩ ଶହ ଟଙ୍କା ଗଣିବା ଥୟ ବୋଲି ସେ କ୍ଷୋଭର ସହ କହନ୍ତି।
ନାଲିଆଡାବରୁ ଗୁହିଆଶାଳ ରାଜସ୍ବ ମୌଜାକୁ ଏଯାବତ୍ ସବୁ ଦିନିଆ ସଡ଼କ ନିର୍ମାଣ ହୋଇପାରିନି। ଗତ ମେ ମାସରୁ ଜାରି ରହିଥିବା ନାଲିଆଡାବ-ଗୁହିଆଶାଳ ବନ ସଡ଼କ କାମ କଚ୍ଛପ ଗତିରେ ଚାଲିଛି। ନିର୍ମାଣାଧୀନ ରାସ୍ତାରେ ଏବେ ଚ‌ାଲିଚାଲି ଯିବା କଷ୍ଟକର ବ୍ୟାପାର। ପ୍ରଧାନଶିକ୍ଷକ ଜଗନ୍ନାଥ ଟୁଡ଼ୁ ଓ ସହକାରୀ ଶିକ୍ଷକ ‌ଶ୍ରୀ ମୁର୍ମୁ ପ୍ରତିଦିନ ନଗଡ଼ା ଉପକଣ୍ଠ ନାଲିଆଡାବ ପହଞ୍ଚିବା ପରେ ସେଠାରେ ଥିବା ସୁକିନ୍ଦା ମେଗା ଜଳଯୋଗାଣ ପ୍ରକଳ୍ପର ପମ୍ପ୍ ହାଉସରେ ବାଇକ୍‌ ରଖି ପ୍ରତିଦିନ କିଛି ନା କିଛି ବୋଝ ବୋହିଥ‌ାନ୍ତି। ସେହିପରି ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ଥିବା ୩୩ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ସପ୍ତାହକୁ ୧୦ ରୁ ୧୨ କିଲୋ ଆଳୁ, ଡାଲି, ତେଲଲୁଣ, ପିଆଜ, ପନିପରିବା ଓ ଚାଉଳ ବୋହିବାକୁ ପଡ଼ିଥାଏ। ଚାଉଳ ଟ୍ରକ୍‌ ପ୍ରଧାନଶିକ୍ଷକଙ୍କ ଗାଁ କୁମୁଡ଼ିବାହାଳି ପର୍ଯ୍ୟନ୍ତ ଆସୁଥିବାରୁ ସେଠରେ ଚାଉଳ ବସ୍ତା ଗଚ୍ଛିତ ରଖାଯାଏ। ଏଠାରୁ ପାଳିକରି ଆବଶ୍ୟକ ଆଧାରରେ ମଧ୍ୟାହ୍ନ ଭୋଜନ ସାମଗ୍ରୀ ବୋହିବାକୁ ପଡ଼ିଥାଏ। ଅଣ୍ଡାଦିନ ଅନ୍ୟ ସବୁ ଜିନିଷ ନେବା ସମ୍ଭବ ହୋଇନଥାଏ।
ଚତୁର୍ମ‌ାସ୍ୟାରେ ସବୁଦିନ ପାଣିକାଦୁଅରେ ଖାଲିପାଦରେ ଯାତାୟତ କରିବାରୁ ଗୋଡ଼ ଶେତା ପଡ଼ିଯାଉଥିବା ସହ ବିଭିନ୍ନ ଥଣ୍ଡା, ଜର, କାଶ ଭଳି ରୋଗ ଦେହସୁହା ହୋଇଗଲାଣି ବୋଲି କହନ୍ତି ପ୍ରଧାନଶିକ୍ଷକ ଶ୍ରୀ ଟୁଡ଼ୁ। ଏମିତିରେ ଅନିବାର୍ଯ୍ୟ କାରଣ ବଶତଃ ସ୍କୁଲରେ ଅନୁପସ୍ଥିତ ରହିଲେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଭୟ ପାଇଁ ଯେମିତି ହେଲେ ସ୍କୁଲ ଯିବାକୁ ପଡ଼ୁଛି। ଗତ ୧୪ ତାରିଖ ଜିଲ୍ଲାପାଳଙ୍କ ଗସ୍ତ ବେଳେ ମୋବାଇଲ୍‌ ନେଟୱାର୍କ ସମସ୍ୟା ପାଇଁ ବିଳମ୍ବରେ ପ୍ରଶ୍ନପତ୍ର ଡାଉନଲୋଡ଼ କରି ସେଦିନ ୨ ଥର ସ୍କୁଲ ଆସିବା ପରେ ଠିକଣା ସମୟରେ ଅନୁପସ୍ଥିତ ରହିଥିବାରୁ ନଗଡ଼ା ସ୍କୁଲ ପ୍ରଧାନଶିକ୍ଷକ ସିଙ୍ଗରାଇ ସୋରେନ ନିଲମ୍ବିତ ହେବା ଘଟଣା ପର ଠାରୁ ଦୁର୍ଗମ ଇଲାକାରେ ଶିକ୍ଷକଙ୍କ ମଧ୍ୟରେ ଛନକା ପଶିଥିବା ସାଧାରଣରେ ଶୁଣିବାକୁ ମିଳୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking