27.1 C
Bhubaneswar
Monday, December 8, 2025
Homeଓଡିଶାବଳଙ୍ଗା ପୀଡିତାଙ୍କ ବୟାନରେ ନାହିଁ ତାଳମେଳ !

ବଳଙ୍ଗା ପୀଡିତାଙ୍କ ବୟାନରେ ନାହିଁ ତାଳମେଳ !

ପିପିଲି: ବଳଙ୍ଗା ପୀଡିତାଙ୍କ ବୟାନକୁ ନେଇ ଅଡୁଆରେ ପୋଲିସ ।  ଭୁବନେଶ୍ୱର ଏମ୍ସ ଓ ଦିଲ୍ଲୀ ଏମ୍ସ ବୟାନ ଭିତରେ  ଫରକ ସୂଚନା ରହିଛି । ପୁଣି ଥରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ହେବ ପୀଡିତାଙ୍କ  ବୟାନ ରେକର୍ଡ ହୋଇଛି । ପୀଡିତାଙ୍କ  ସୁସ୍ଥ ହେବା ପରେ ହିଁ ଘଟଣା ଉପରୁ ସସପେନ୍ସ  ଉଠି ପାରିବ ।  ଦିଲ୍ଲୀରୁ ଫେରିଥିବା କ୍ରାଇମବ୍ରାଞ୍ଚ ଟିମ ସହ  ପୁରୀ ଏସପିଙ୍କ ଆଲୋଚନା ହୋଇଛି । ବଳଙ୍ଗା ଥାନାରେ କ୍ରାଇମବ୍ରାଞ୍ଚ ଟିମ ସହ ଏସପିଙ୍କ ବିଚାରବିମର୍ଶ ଚାଲିଛି । ପୁରୀ ପୋଲିସକୁ  ତଦନ୍ତରେ କ୍ରାଇମବ୍ରାଞ୍ଚ ନିଜ ଆଡୁ ସହେଯାଗ କରୁଛି । ସୂଚନା ଥାଉକି, ବଳଙ୍ଗାରେ କିଛି ଦିନ ତଳେ ନାବାଳିକା ଜଣଙ୍କ ତାଙ୍କ ବନ୍ଧୁ ଘରକୁ ବହି ଫେରାଇବା ପାଇଁ ଆସିଥିଲେ। ହେଲେ ବାଟରେ କିଛି ଦୁବୃତ୍ତ ତାଙ୍କ ଦେହରେ ପେଟ୍ରୋଲ ଢାଳି ଜଳାଇ ଦେଇଥିଲେ । ଝିଅଟି ଅଧାପୋଡା ଅବସ୍ଥାରେ ଅନ୍ୟ ଜଣଙ୍କ ଘରକୁ ଯାଇ ସାହାଯ୍ୟ ମାଗିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking