26.1 C
Bhubaneswar
Sunday, October 20, 2024
Homeଓଡିଶାରାଜ୍ୟର ୧୨ ଜିଲ୍ଲାରେ ନାହାନ୍ତି ସିଡିଏମ୍‌ଓ

ରାଜ୍ୟର ୧୨ ଜିଲ୍ଲାରେ ନାହାନ୍ତି ସିଡିଏମ୍‌ଓ

ଭୁବନେଶ୍ୱର : ରାଜ୍ୟର ୧୨ଟି ଜିଲ୍ଳାରେ ନାହାନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) । ଫଳରେ ସିଡିଏମ୍‌ଓ କରୁଥିବା କାର୍ଯ୍ୟ ଯଥା-ପ୍ରଶାସନିକ କାର୍ଯ୍ୟ, ସ୍ୱାସ୍ଥ୍ୟସେବା, ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରିବା, ରୋଗୀଙ୍କ ଅଭିଯୋଗ ଶୁଣି ସମାଧାନ କରିବା, ସ୍ୱାସ୍ଥ୍ୟ ପ୍ରକଳ୍ପଗୁଡିକୁ ତଦାରଖ କରିବା ଆଦି କାର୍ଯ୍ୟ ଗୁରୁତର ବାଧାପ୍ରାପ୍ତ ହୋଇଛି । ସିଡିଏମ୍‌ଓ ନ ଥିବାରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ମୁରବିଶୂନ୍ୟ ହୋଇପଡିଛି । ୪ ମାସରୁ ଅଧିକ ସମୟ ହେଲାଣି ନବରଙ୍ଗପୁର, ସୋନପୁର, ଭଦ୍ରକ, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼, ଜଗତସିଂହପୁର ଓ ଝାରସୁଗୁଡ଼ା ଜିଲ୍ଲାରେ ସିଡିଏମ୍‌ଓ ନାହାନ୍ତି । ଏହି ସବୁ ଜିଲ୍ଲାରେ ପର୍ଯ୍ୟାୟ କ୍ରମେ ସିଡିଏମ୍‌ଓ ପଦବି ଖାଲିହୋଇଛି । ସ୍ୱାସ୍ଥ୍ୟ ସଂକ୍ରାନ୍ତ ବିଭିନ୍ନ ପ୍ରଶାସନିକ କାର୍ଯ୍ୟ ହେଉ ଅବା ଜିଲ୍ଲାସ୍ତରୀୟ ବୈଠକ ସବୁ ସିଡିଏମ୍‌ଓଙ୍କ ତତ୍ତ୍ୱାବଧାନରେ ହୋଇଥାଏ । ରାଜ୍ୟ ସରକାରଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନାକୁ ଜିଲ୍ଲାସ୍ତରରେ କାର୍ଯ୍ୟକାରୀ କରିବାରେ ସିଡିଏମ୍‌ଓ ମୁଖ୍ୟ ଭୂମିକା ନିର୍ବାହ କରିଥାନ୍ତି । ହେଲେ ଏହି ସବୁ ଜିଲ୍ଲାରେ ସିଡିଏମ୍‌ଓ ନଥିବାରୁ ଏହି କାମ ଠିକ୍‌ ଭାବେ ହୋଇପାରୁନି ।

ସେହିପରି ଡାକ୍ତରଙ୍କ ପଦୋନ୍ନତି, ବଦଳି ଓ କାର୍ଯ୍ୟ ବଣ୍ଟନ ଏବଂ ନର୍ସଙ୍କ ପୋଷ୍ଟିଂ, ଗ୍ରେଡେସନ୍‌ ଓ ବଦଳି ଆଦି ପ୍ରକ୍ରିୟା ବାଧ୍ୟାପ୍ରାପ୍ତ ହେଉଛି । ସ୍ୱାସ୍ଥ୍ୟ ବିଭାଗ ଘନ ଘନ ସେମାନଙ୍କ ସମ୍ପର୍କରେ ରିପୋର୍ଟ ମାଗୁଛି । ହେଲେ ସିଡିଏମ୍‌ଓ ନ ଥିବାରୁ ଜିଲ୍ଲାରୁ ରିପୋର୍ଟ ଆସୁପାରୁନାହିଁ । ନର୍ସିଂ ନିର୍ଦ୍ଦେଶାଳୟ ନର୍ସଙ୍କ ରିପୋର୍ଟ ଧରି ବସିଛି । ପୂର୍ଣ୍ଣାଙ୍ଗ ରିପୋର୍ଟ ଜିଲ୍ଲାରୁ ପହଞ୍ଚି ପାରୁନଥିବାରୁ ପ୍ରଶାସନିକ କାର୍ଯ୍ୟ ଆଗକୁ ବଢ଼ୁନି । ତେବେ କାହିଁକି ଏପରି ପରିସ୍ଥିତି ସୃଷ୍ଟି ହୋଇଛି, ଏହାର ଉତ୍ତର କାହା ପାଖରେ ନାହିଁ । ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ କର୍ତ୍ତୃପକ୍ଷ କହୁଛନ୍ତି ଏହା ଆମ ଅଧୀନରେ ନାହିଁ । ଆମେ ସ୍ୱାସ୍ଥ୍ୟ ବିଭାଗକୁ ଏହା ଜଣାଇ ଦେଇଛୁ । ସ୍ୱାସ୍ଥ୍ୟ ବିଭାଗ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ପଚାରିବାରୁ ସେମାନେ ଚୁପ୍‌ ରହୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking