ଭୁବନେଶ୍ୱର : ଆଜି ବିଧାନସଭାରେ ରମେଶ ଚନ୍ଦ୍ର ବେହେରା ରାଜସ୍ୱ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି । ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ଛତିଶଗଡ , ଝାଡଖଣ୍ଡ , ପଶ୍ଚିମବଙ୍ଗ ସହ ସୀମା ବିବାଦ ରହିଛି । ଏହାର ଉତ୍ତର ଦେଇଛନ୍ତି ମନ୍ତ୍ରୀ । କହିଛନ୍ତି ଓଡିଶାର ୧୪ଟି ଜିଲ୍ଲାର ଆନ୍ତଃ ରାଜ୍ୟ ସୀମା ବିବାଦ ରହିଛି । କୋରାପୁଟ କୋଟିଆ ଗ୍ରାମପୁଞ୍ଜକୁ ବାଦ ଦେଲେ ବଡ ଧରଣର ବିବାଦ ନାହିଁ । କୋଟିଆ ବିକାଶ ପାଇଁ ୧୦୮ କୋଟି ୫୩ ଲକ୍ଷ ୧୨ ହଜାର ଖର୍ଚ୍ଚ ହୋଇଛି ।