17.1 C
Bhubaneswar
Tuesday, February 3, 2026
Homeଓଡିଶାସ୍ୱର୍ଗଦ୍ୱାରରେ ଶବଦାହ ପାଇଁ କାଠ ଅଭାବ

ସ୍ୱର୍ଗଦ୍ୱାରରେ ଶବଦାହ ପାଇଁ କାଠ ଅଭାବ

ପୁରୀ : ପ୍ରତିଦିନ ସ୍ୱର୍ଗଦ୍ୱାରରେ ଦାହ ପାଇଁ ଶବ ସଂଖ୍ୟା  ବଢି ଚାଲିଛି । ଏଥିପାଇଁ  ଆବଶ୍ୟକ ପଡୁଥିବା କାଠ  ନିଅଣ୍ଟ ହେବାରେ ଲାଗିଛି । ଏମିତିକି ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫ୍‌ଡିସି) ମଧ୍ୟ କାଠ ଯୋଗାଇବାକୁ ଅସହାୟ ପ୍ରକାଶ କଲାଣି। ଶ୍ରୀମନ୍ଦିରରେ କୋଠଭୋଗ ପ୍ରସ୍ତୁତି ପାଇଁ ଦୁଇ-ତିନି ଦିନରେ ୧୦ ଟନ୍ ଝାଉଁ କାଠ ଆବଶ୍ୟକ ପଡ଼ୁଛି। ଅର୍ଥାତ ମାସକୁ ୧୦୦ ଟନ୍ କାଠ ଆବଶ୍ୟକ ପଡ଼ୁଛି। ତେବେ ସ୍ବର୍ଗଦ୍ବାରରେ ଏଇ ଦୁଇ-ତିନି ବର୍ଷ ମଧ୍ୟରେ ଶବ ଆଗମନରେ ସଂଖ୍ୟାବୃଦ୍ଧି ଯୋଗୁ କାଠ ଅଭାବ ଦେଖାଦେଇଛି। ୩ ବର୍ଷ ପୂର୍ବରୁ ପ୍ରତିଦିନ ସ୍ବର୍ଗଦ୍ବାରରେ ଶବଦାହ ସଂଖ୍ୟା ଅତିବେଶୀରେ ୫୦ ମଧ୍ୟରେ ସୀମିତ ରହୁଥିଲା। ଏବେ ପ୍ରତିଦିନ ୭୦ରୁ ୯୦ ପର‌୍ୟ୍ୟନ୍ତ ଶବଦାହ ହେଉଛି। ଶୀତ ଦିନେ ୧୦୦ରୁ ୧୨୦ଟି ଶବ ଦାହ ପାଇଁ ଆସୁଛି। ଓଏଫଡିସି ଅଧିକାରୀଙ୍କ ସୂଚନା ମୁତାବକ, ଅସ୍ତରଙ୍ଗର କାଜୁରିନା କୂପରେ ୫ ହଜାର ଗଛ ଥିଲା। ସେଥିମଧ୍ୟରୁ ଏବେ ଆଉ ୨ ହଜାର ଗଛ ଅଛି। କାଠ ଆବଶ୍ୟକତା ମେଣ୍ଟାଇବା ପାଇଁ ଅଧିକ ଗଛ କାଟିବାକୁ ପଡ଼ୁଛି। ଏମ୍‌ଡି ଓ ପିସିସିଏଫ୍‌ଙ୍କ ସହ ଆଲୋଚନା ପରେ ଏହି ଦୁଇଟି ଜାଗାରୁ ପ୍ରାୟ ୬ ଶହ ମେଟ୍ରିକ ଟନ୍ ଝାଉଁକାଠ ଉପଲବ୍ଧ ହେବ ବୋଲି ଆଶା ରଖିଛୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking