27.1 C
Bhubaneswar
Thursday, April 2, 2026
Homeଓଡିଶାସରକାରଙ୍କ କଥା ଓ କାମରେ ତାଳମେଳ ନାହିଁ

ସରକାରଙ୍କ କଥା ଓ କାମରେ ତାଳମେଳ ନାହିଁ

ଭୁବନେଶ୍ୱର: ସରକାରଙ୍କ ଛାତ୍ର ନିର୍ବାଚନକୁ ନେଇ କୌଣସି ଆଗ୍ରହ ନାହିଁ । ସରକାର ନିର୍ବାଚନ କରିବେ ନା ନାହିଁ, ଛାତ୍ର ମହଲରେ ବର୍ତ୍ତମାନ ଅସନ୍ତୋଷର କୁହୁଡି ଘୋଟିବାରେ ଲାଗିଲାଣି । ନିର୍ବାଚନ ପ୍ରସଙ୍ଗକୁ ନେଇ କଂଗ୍ରେସ ଭବନଠାରେ ଯୁବ ଓ ଛାତ୍ର କଂଗ୍ରେସ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ ହୋଇଥିଲା । ଗଣମାଧ୍ୟମକୁ ସରକାରଙ୍କ ଅପାରଗତା ବିଷୟରେ ଉଲ୍ଲେଖ କରି ବରିଷ୍ଠ କଂଗ୍ରେସ ନେତା ଅଜୟ ମହାପାତ୍ର କହିଲେ, ଛାତ୍ର ସଂସଦ ନିର୍ବାଚନ ହେଉଛି ଗଣତନ୍ତ୍ରର ଅନ୍ତୁଡ଼ିଶାଳ କିନ୍ତୁ ପରିତାପର ବିଷୟ ସରକାର ଦୀର୍ଘ ବର୍ଷ ହେଲା ନିର୍ବାଚନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

ଉତ୍କଳ ବିଶ୍ୱ ବିଦ୍ୟାଳୟର ପୂର୍ବତନ ଛାତ୍ର ସଭାପତି ମନୋଜ ବିଶ୍ୱାଳ ବିଜେପି ସରକାରର ଦୋମୁହାଁ ନୀତି ବର୍ଣନା କରି କହିଲେ, ବିଜେଡି ସରକାରରେ ଥିବାବେଳେ ଛାତ୍ରସଂସଦ ନିର୍ବାଚନ କାହିଁକି ହେଉନି ବୋଲି ବିଜେପି ରଖେଇଥୁଏଇ ଦେଉନଥିଲେ। ନିଜ ଦଳ ସରକାରକୁ ଆସିବା ପରେ ଏବେ କାହିଁକି ନିରବ? ଯାହା ଶିକ୍ଷାମନ୍ତ୍ରୀ କହିବା କଥା ତାହା ଆଇନ ମନ୍ତ୍ରୀ କହୁଛନ୍ତି । ଆଇନ ମନ୍ତ୍ରୀ ୨୦୨୪ ରେ କହିଥିଲେ ନିର୍ବାଚନ ହେବ କିନ୍ତୁ କରିଲେ ନାହିଁ ପୁଣି ୨୦୨୫ ନିର୍ବାଚନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି । ଆଶ୍ଚର୍ଯ୍ୟର କଥା, ମୁଖ୍ୟମନ୍ତ୍ରୀ ଖୋଦ ନିର୍ବାଚନ ହେବ ବୋଲି ପ୍ରତିଶୃତି ଦେଇଥିଲେ, କିନ୍ତୁ ତା ବି ଧୂଆଁର ବାଣ ସାବ୍ୟସ୍ତ ହେବାକୁ ଯାଉଛି l ପ୍ରକୃତ ବିଷୟ ହେଲା, ସୌମ୍ୟାଶ୍ରୀ ଆତ୍ମହୁତି ଘଟଣାରେ ଅପରାଧୀ ଭାବରେ ଏବିଭିପି ନେତା ଗିରଫ ହେବା ପରେ ସମଗ୍ର ଓଡିଶା ଛାତ୍ର ସମାଜରେ ବିଜେପି ନିନ୍ଦିତ ହେଇଛି । ତେଣୁ ସରକାରଙ୍କୁ ପରାଜୟର ଭୟ ଘାରିଛି, ଏଥି ସକାଶେ ନିର୍ବାଚନକୁ ସରକାର ଏଡେଇ ଯିବାକୁ ଚାଁହୁଛି । ପିସିସି ସଭାପତି ଭକ୍ତ ଚରଣ ଦାସ ଛାତ୍ର ସଂସଦ ନିର୍ବାଚନ ନହେବା ଅର୍ଥ ରାଜନୈତିକ ନେତାଙ୍କ ଭୃଣ ହତ୍ୟା ସଦୃଶ ବୋଲି କହିଥିଲେ ଯାହା ବର୍ତ୍ତମାନର ସରକାର ହତ୍ୟା କରିବାକୁ ଯାଉଛି । ତେବେ ସରକାର ଯଦି ଆଗାମୀ ୬ ଦିନ ଭିତରେ ଛାତ୍ର ନିର୍ବାଚନ ଘୋଷଣା ନ କରେ ତେବେ ଛାତ୍ର କଂଗ୍ରେସ ରାଜ୍ୟର ପ୍ରତ୍ୟେକ କେମ୍ପସରେ ଦସ୍ତଖତ ଅଭିଯାନ, ବିକ୍ଷୋଭ ପ୍ରଦର୍ଶନ ଏବଂ ବିଶ୍ବବିଦ୍ୟାଳୟ ଗୁଡିକର ଚାନସେଲରଙ୍କ ସାଥିରେ ଆଲୋଚନା ଆଦି କାର୍ଯ୍ୟକ୍ରମ କରିବ ବୋଲି ଛାତ୍ରନେତା ଶ୍ରୀ ବିଶ୍ୱାଳ ଚେତାବନୀ ଦେଇଛନ୍ତି ।

ଛାତ୍ର ନିର୍ବାଚନ ଉପରେ ବିଜେଡି ଯେଭଳି ଦୀର୍ଘ ବର୍ଷ ଧରି ରୋକ ଲଗାଇଥିଲା ବିଜେପି ମଧ୍ୟ ବିଜେଡିର ପଦାଙ୍କ ଅନୁସରଣ କରୁଛି । ସରକାର ପୌର ନିର୍ବାଚନ, ଛାତ୍ର ନିର୍ବାଚନ କରୁନାହାନ୍ତି, ବିଡ଼ିଓଙ୍କୁ ଅଖଣ୍ଡ କ୍ଷମତା ପ୍ରଦାନ ଆଦି ଗଣତନ୍ତ୍ର ପ୍ରତି ବିଜେପିର ଦୃଷ୍ଟିକୋଣ କଣ ଅଛି ତାହା ସୂଚାଇ ଦେଉଛି । ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ଆମେ ଟିମ ହୋଇ ପ୍ରସ୍ତୁତ ଅଛୁ । ପିସିସିର ନେତୃବୃନ୍ଦଙ୍କ ଆମ ପ୍ରତି ସହଯୋଗ ଅଛି ବୋଲି ବିଜେବି କଲେଜ ୟୁନିୟନର ପୂର୍ବତନ ସାଧାରଣ ସମ୍ପାଦକ ବିଶ୍ୱ ଭୂଷଣ କହିଥିଲେ । ମୁଖ୍ୟମନ୍ତ୍ରୀ ନିଜେ ଛାତ୍ର ନିର୍ବାଚନ ହେବ ବୋଲି କହିବା ସତ୍ୱେ ନିର୍ବାଚନର ନୋଟିଫିକେସନ ମଧ୍ୟ ଏପର୍ଯ୍ୟନ୍ତ ଆସିନି, ଯାହା ଦୁର୍ଗାପୂଜା ଆଗରୁ ଆସିଥାଏ । ଆଉ ୬ ଦିନପରେ ପାର୍ବଣ ଛୁଟି କିନ୍ତୁ ଶିକ୍ଷାମନ୍ତ୍ରୀଙ୍କ ଦେଖା ମିଳୁନି । ଦୁଃଖର କଥା ରାଜ୍ୟ ଏକ ଅଯୋଗ୍ୟ ଶିକ୍ଷାମନ୍ତ୍ରୀ ପାଇଛି ବୋଲି ଛାତ୍ର ନେତା ଆଶିଷ ମାହୁନ୍ତ ତାଙ୍କ ବିବୃତି ରଖିଥିଲେ । ଏହି ଛାତ୍ର ନିର୍ବାଚନ ପ୍ରସଙ୍ଗ ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର, ଛାତ୍ରନେତା ମନୋଜ ବିଶ୍ୱାଳ, ବିଶ୍ୱ ଭୂଷଣ ଦାସ, ଆଶିଷ ମାହୁନ୍ତ, ସନ୍ଦୀପ ରାଉତରାୟ, ସାଗର ପଟ୍ଟନାୟକ, ବିଭୁତି ମହାପାତ୍ର ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking