21.1 C
Bhubaneswar
Monday, December 8, 2025
Homeଓଡିଶାଶିଶୁ ଶ୍ରମିକଙ୍କ ସଂକ୍ରାନ୍ତରେ ୨୭ବର୍ଷ ହେଲା ସର୍ଭେ ହୋଇନି

ଶିଶୁ ଶ୍ରମିକଙ୍କ ସଂକ୍ରାନ୍ତରେ ୨୭ବର୍ଷ ହେଲା ସର୍ଭେ ହୋଇନି

ଭୁବନେଶ୍ୱର: ଶିଶୁ ଶ୍ରମିକମାନଙ୍କୁ ଚିହ୍ନଟ ପାଇଁ ଗତ ୨୭ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ଦ୍ୱାରା କୌଣସି ସର୍ଭେ ହୋଇନାହିଁ । ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ୍‍ ସିଂ ଖୁଣ୍ଟିଆ ।

ଶିଶୁ ଶ୍ରମିକ ଚିହ୍ନଟ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ଶେଷ ଥର ପାଇଁ ରାଜ୍ୟ ସରକାର ୧୯୯୭ମସିହାରେ ଶିଶୁ ଶ୍ରମିକ ଚିହ୍ନଟ ପାଇଁ ସର୍ଭେ କରିଥିଲେ । ଶିଶୁ ଶ୍ରମିକ ବିଲୋପ ପାଇଁ ରାଜ୍ୟ ସରକାର ୨୦୧୫ ମସିହାରେ ଏକ ରାଜ୍ୟସ୍ତରୀୟ ଖସଡା ପ୍ରସ୍ତୁତ କରିଥିଲେ ଯାହା ବର୍ତ୍ତମାନ କାର୍ଯ୍ୟକାରୀ ହେଉଛି । ସେହିଭଳି ୨୦୧୬ ମସିହାରେ ଶିଶୁ ଶ୍ରମ ନିଷେଧ ଓ ନିୟନ୍ତ୍ରଣ ଆଇନ୍‍ ୧୯୮୬ ସଂଶୋଧନ ପରେ ୨୦୧୯-୨୦ ମସିହାରେ ରାଜ୍ୟ ସ୍ତରୀୟ ଖସଡାରେ ସଂଶୋଧନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking