ବ୍ୟୁରୋ : କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ଜୟପୁର ଗାଁରେ ଥିବା ବାଣ ବାଁଆରେଇ ମନ୍ଦିରରେ ରାତି ଅଧରେ ଚୋର କଳାକନା ବୁଲାଇ ଚାଲିଯାଇଛି । ଏନେଇ ମନ୍ଦିର ପୂଜକ ଥାନାରେ ଅଭିଯୋଗ କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ଚୋରମାନେ ମନ୍ଦିରର ତାଲାଭାଙ୍ଗି ମା,ଙ୍କ ଚାନ୍ଦି ମୁକୁଟ , ହାର ଓ ସୁନା ଆଖି ଚୋରି କରି ନେଇଥିଲା । ଆଜି ସକାଳେ ମନ୍ଦିର ପୂଜକ ମନ୍ଦିର ଖୋଲି ଦେଖିଲା ବେଳକୁ ତାଲା ଭଙ୍ଗା ହୋଇ ପଡିଛି । ଏହାସହ ମନ୍ଦିରର ଜିନିଷପତ୍ର ଏଣେତେଣେ ପଡିଥିବାର ଦେଖିଥଲେ । ତାପରେ ସ୍ଥାନୀୟ ଲୋକଙ୍କୁ ଜଣାଇବା ସହ ପୁଲିସକୁ ଖବର ଦେଇତିଲେ । ପରେ ମନ୍ଦିର ପୂଜକ ଥାନାରେ ଅଭିଯୋଗ କରିଥିଲେ । ମାଙ୍କ ହୁଣ୍ଡି ବାକ୍ସରୁ ମଧ୍ୟ ଚୋରମାନେ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି । ଚୋରି ଅଳଙ୍କାରର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣା ପଡିଛି । ବାରଙ୍ଗ ଥାନା ପୋଲିସ ଘଟଣାର ତଦନ୍ତ କରୁଛି ।