19.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଯୁବକଙ୍କୁ ମାରି ୱାସିଂ ମେସିନରେ ଭର୍ତ୍ତି :  ଓଡିଶାରୁ ବନ୍ଧା ହେଲା ଅଭିଯୁକ୍ତ

ଯୁବକଙ୍କୁ ମାରି ୱାସିଂ ମେସିନରେ ଭର୍ତ୍ତି :  ଓଡିଶାରୁ ବନ୍ଧା ହେଲା ଅଭିଯୁକ୍ତ

ଗୁଜୁରାଟ :  ଧାର ଟଙ୍କା ନଦେବାରୁ ବ୍ୟକ୍ତି ଜଣଙ୍କୁ ଲୁହା ରଡରେ ପିଟି ପିଟି ମାରିଦେଲେ  ଅଭିଯୁକ୍ତ । ଏହାପରେ ପୁଲିସ ଜାରୁ ବଞ୍ଚିବାକୁ ମୃତଦେହକୁ ୱାଶିଂ ମେଶିନରେ ଲୁଚାଇ ଫେରାର ହୋଇଗଲେ। ସପ୍ତାହେ ପରେ ଦୁର୍ଗନ୍ଧ ହେବାରୁ ପୁଲିସ୍ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ଏଥିସହ ମାମଲାର ଖୋଳତାଡ଼ କରି ମାସେ ପରେ ଅଭିଯୁକ୍ତଙ୍କୁ ବାନ୍ଧିଛି ପୁଲିସ୍‌।
ଏପରି ଏକ ଘଟଣା ସୁଦୂର ଗୁଜରାଟରେ ଘଟିଥିବା ବେଳେ ଓଡ଼ିଶାରୁ ବନ୍ଧା ହୋଇଛି ଅଭିଯୁକ୍ତ। ଉଭୟ ମୃତକ ଓ ଗିରଫ ହୋଇଥିବା ଯୁବକ ଓଡ଼ିଶାର ବୋଲି ଜଣାଯାଇଛି। ମାସେରୁ ଅଧିକ ସମୟର ଛକାପଞ୍ଝା ପରେ ଫେରାର ହୋଇ ଓଡ଼ିଶା ପଳାଇ ଆସିଥିବା ଅଭିଯୁକ୍ତକୁ ଆରଡି ଫାଣ୍ଡି ଅଞ୍ଚଳରୁ ଗିରଫ କରିଛି ପୁଲିସ୍‌। ଗିରଫ ଯୁବକଜଣକ ହେଲେ ମନୋଜ ସାହୁ। ତାଙ୍କ ଘର କେନ୍ଦ୍ରାପଡ଼ା ମହାକାଳପଡ଼ା ଅଞ୍ଚଳରେ। ସେ କଟକର ଗୁରୁଚରଣ ପ୍ରଧାନଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking