32.1 C
Bhubaneswar
Thursday, March 26, 2026
Homeଅପରାଧଯୁବକଙ୍କୁ ଛୁରୀ ଭୁସି ନିର୍ମମ ହତ୍ୟା

ଯୁବକଙ୍କୁ ଛୁରୀ ଭୁସି ନିର୍ମମ ହତ୍ୟା

ପୁରୀ : ଯୁବକଙ୍କୁ ଛୁରୀ ଭୁସି ନିର୍ମମ ହତ୍ୟା । ଶନିବାର ପୁରୀରେ ଏଭଳି ଘଟଣା ଘଟିଛି ଏଥିରେ ଚାରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ହତ୍ୟାକାଣ୍ଡରେ ବ୍ୟବହୃତ ଭୁଜାଲି ଏବଂ ଛୁରୀ ମଧ୍ୟ ପୁଲିସ ଜବତ କରିଛି। ଖଜା ବ୍ୟବସାୟକୁ କେନ୍ଦ୍ରକରି ଶୁକ୍ରବାର ରାତିରେ ପୁରୀ ଟାଉନ୍ ଥାନା ଅନ୍ତର୍ଗତ ମାର୍କଣ୍ଡେଶ୍ୱର ସାହି ରାଧାଗୋବିନ୍ଦ ଗଳିରେ ଦିନେଶ ଖୁଣ୍ଟିଆଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିଲା। ସୂଚନା ଯୋଗ୍ୟ,ପୁରୀ ସହରର ଜନଗହଳିପୂର୍ଣ୍ଣ ସ୍ଥାନରେ ଦିନେଶଙ୍କୁ କିଛି ଦୁର୍ବୁତ୍ତ ସଂଘବଦ୍ଧ ଆକ୍ରମଣ କରିଥିଲେ। ସେମାନଙ୍କ ସଂଘବଦ୍ଧ ଆକ୍ରମଣ ଓ ଛୁରାମାଡ଼ରେ ଦିନେଶଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ପୁରୀ ଟାଉନଥାନା ରାଧାଗୋବିନ୍ଦ ଗଳିରେ ଦିନେଶଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking