ମାଲକାନଗିରି: ମାଲକାନଗିରି ସୀମାରେ ମାଓବାଦୀ ୪ ଯୁବକଙ୍କୁ ଅପହରଣ କରି ପରେ ପ୍ରଜାକୋର୍ଟରେ ଜଣଙ୍କୁ ମୃତ୍ୟୁ ଦଣ୍ଡ ଦେଇଛନ୍ତି।ଛତିଶଗଡ ସୁକୁମା ଜିଲ୍ଲାରୁ ୪ ଯୁବକଙ୍କୁ ଅପହରଣ କରିଥିବା କୁହାଯାଉଛି। କୋଣ୍ଟା ଥାନା ସାକଲେର ଗାଁରୁ ୪ ଯୁବକଙ୍କୁ ମାଓବାଦୀ ଅପହରଣ କରି ନେଇଥିଲେ।୨୦ ବର୍ଷୀୟ ଯୁବକ ମାଡବି ରାଜା ରାଓଙ୍କୁ ପିଟି ପିଟି ହତ୍ୟା କରିଥିଲେ।ଏହା ସହିତ ଅନ୍ୟ ୩ ଯୁବକଙ୍କୁ ମଧ୍ୟ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଗତ ୮ ତାରିଖରେ ୪ ଯୁବକଙ୍କୁ ମାଓବାଦୀ ଗାଁରୁ ଅପହରଣ କରିଥିଲେ ।