26.1 C
Bhubaneswar
Thursday, March 26, 2026
Homeଅପରାଧସାନଭାଇ ଭୁଲିଗଲା ସଂପର୍କ : ଭାଇ-ଭାଉଜର ନେଇଗଲା ଜୀବନ

ସାନଭାଇ ଭୁଲିଗଲା ସଂପର୍କ : ଭାଇ-ଭାଉଜର ନେଇଗଲା ଜୀବନ

ଆସିକା: ଜମିବାଡ଼ିକୁ କେନ୍ଦ୍ର କରି ଗଂଜାମ ଜିଲ୍ଲା ଆସିକା ଥାନା ଅଞ୍ଚଳରେ ବୁଧବାର ଏକ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି। ସାନଭାଇ ରକ୍ତମୁଖା ହୋଇଛି। ବଡ଼ଭାଇ ଓ ଭାଉଜଙ୍କୁ ନିର୍ମମ ଭାବେ ହତ୍ୟା କରିଛି। ଖଣ୍ଡଦେଉଳି ପଞ୍ଚାୟତର ସମେଇଗୁଡା ଗ୍ରାମରେ ଘଟିଥିବା ଏହି ଘଟଣା ଆଜି ଦିନସାରା ଚର୍ଚ୍ଚା ହେଉଛି। ମୃତ ବ୍ୟକ୍ତି ହେଲେ ରାଜୁ ପାତ୍ର ଓ ତାଙ୍କର ସ୍ତ୍ରୀ ଲକ୍ଷ୍ମୀ ପାତ୍ର। ଅଭିଯୁକ୍ତମାନେ ହେଲେ ଭୋବନୀ ପାତ୍ର, ତାର ସ୍ତ୍ରୀ ରଂଜିତା ପାତ୍ର ଓ ପୁପୁନ ପାତ୍ର। ଆସିକା ଥାନା ପୁଲିସ କହିଛି, ଆଜି ପୂର୍ବାହ୍ନରେ ସମେଇଗୁଡା ଗ୍ରାମ ନିକଟ କନ୍ଧପଦର ଜମିରେ ଦୁଇ ଭାଇ ରାଜୁ ପାତ୍ର ଓ ଭୋବନୀ ମଧ୍ୟରେ ଜମିବାଡ଼ ଶତ୍ରୁତା କାରଣରୁ ଯୁକ୍ତିତର୍କ ହୋଇଥିଲା।

ରାଜୁ ପାତ୍ରଙ୍କୁ ପୂର୍ବରୁ ଭୋବନୀ ପାତ୍ରର ପୁଅ ପୁପୁନ ବହୁବାର ହତ୍ୟା ଧମକ ଦେଇଥିଲା। ସେ ଆଜି ସକାଳୁ ମଧ୍ୟ ଚାଷ ଜମିରେ ବଚସା କରିଥିଲା। ପୂର୍ବାହ୍ନ ପ୍ରାୟ ୯ଟା ବେଳକୁ ଜମିରେ ଅନ୍ୟ କେହି ନଥିବା ଦେଖି ରାଜୁ ପାତ୍ରଙ୍କୁ ସାନ ଭାଇ ଭୋବନୀ, ଭାଇବୋହୁ ରଞ୍ଜିତା ଓ ପୁତୁରା ପ୍ସପୁନ ମିଳିତ ଭାବେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଅତି ନିଷ୍ଠୁରତାର ସହିତ ଛୁରୀ ଭୂସି ଥିଲେ ଓ ଗଳା କାଟି ଦେଇଥିଲେ। ସେହିସ୍ଥାନରେ ରାଜୁଙ୍କ ସ୍ତ୍ରୀ ଲଷ୍ମୀ ସାହାଯ୍ୟ ପାଇଁ ଚିତ୍କାର କରିବାରୁ ତାଙ୍କୁ ମଧ୍ୟ ପିଟିପିଟି ପିଟି ଓ ବିଷ ପିଆଇ ଥିଲେ। ଘଟଣାସ୍ଥଳରେ ରାଜୁଙ୍କର ମୃତ୍ୟୁ ହୋଇଥିଲା। ଲକ୍ଷ୍ମୀଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମ୍କେସିଜି ନିଆଯାଇଥିଲା। ସେଠାରେ ଲକ୍ଷ୍ମୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking