28.1 C
Bhubaneswar
Friday, September 20, 2024
Homeଓଡିଶାଖରସ୍ରୋତାକୁ ଡେଇଁ ପଡିଲେ ଯୁବତୀ

ଖରସ୍ରୋତାକୁ ଡେଇଁ ପଡିଲେ ଯୁବତୀ

ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ଯୁବତୀ। ବ୍ରିଜ୍‌ ଉପରେ ନିଜର ସ୍କୁଟି ଜୋତା,ମୋବାଇଲ୍ ଫୋନ୍ ଥୋଇ ନଦୀକୁ ଡେଇଁ ପଡ଼ିଲେ ଯୁବତୀ । ଯୁବତୀ ଜଣକ ମନ୍ଦାକିନୀ ସାମଲ ଏବଂ ସେ କୁଆଖିଆ ଥାନା ଅନ୍ତର୍ଗତ ଶ୍ରିବନ୍ତପୁର ଅଞ୍ଚଳରେ ରହୁଥିବା ଜଣାପଡ଼ିଛି । ଯାଜପୁର ଖରସ୍ରୋତା ବ୍ରିଜ୍‌ରେ ଏଭଳି ଅଘଟଣ ଘଟିଛି ।  ଗୁରୁବାର ମନ୍ଦାକିନୀ ଖରସ୍ରୋତା ବ୍ରିଜ୍‌ ଉପର ଦେଇ ଯାତ୍ରା କରୁଥିଲେ । ଏହି ସମୟରେ ସେ ବ୍ରିଜ୍‌ ଉପରେ ନିଜର ସ୍କୁଟି, ଜୋତା ,ମୋବାଇଲ୍ ଫୋନ୍ ଥୋଇ ନଦୀକୁ ଡେଇଁ ପଡ଼ିଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ବାହୀନିକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ଏକ ଟିମ୍‌ ପହଞ୍ଚି ଯୁବତୀଙ୍କ ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି ।  ଅନ୍ୟପଟେ ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଯୁବତୀଙ୍କ ଗାଡ଼ି, ମୋବାଇଲ୍ ଫୋନ୍, ଜୋତାକୁ ପୋଲିସ ଜବତ କରିଛି । ତେବେ ଯୁବତୀଙ୍କ ସ୍କୁଟିରେ କେତେକ କାଗଜ ପତ୍ର ରହିଥିବାର ଦେଖିବାକୁ ମିଳିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking