19.1 C
Bhubaneswar
Wednesday, February 11, 2026
Homeଓଡିଶାମହାନଦୀକୁ ଡେଇଁ ପଡିଲେ ଯୁବତୀ

ମହାନଦୀକୁ ଡେଇଁ ପଡିଲେ ଯୁବତୀ

ଜଗତସିଂହପୁର : ମହାନଦୀକୁ ଡେଇଁ ପଡିଲେ ଯୁବତୀ । ଜଗତସିଂହପୁର ତିର୍ତ୍ତୋଲ ନିକଟରେ ପୋଲ ଉପରୁ ଯୁବତୀ ଜଣକ ମହାନଦୀକୁ ଡେଇଁଛନ୍ତି। ଯୁବତୀ ଜଣକ ନିଖୋଜ ହୋଇ ଯାଇଛନ୍ତି। ତାଙ୍କୁ ଖୋଜିବା ପାଇଁ ଉଦ୍ଧାରକାରୀ ଦଳ ପକ୍ଷରୁ ଖୋଜା ଜାରି ରହିଛି। ନିଖୋଜ ଯୁବତୀଙ୍କ ପରିଚୟ ମିଳିପାରି ନାହିଁ। ଖବର ପାଇ ଘଟଣାସ୍ଥଳରେ ତିର୍ତ୍ତୋଲ ପୁଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ବୋଟ୍ ଅଚଳ ହେବା ଯୋଗୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଯୁବତୀ ଜଣକ କିଏ ଓ ସେ ମହାନଦୀକୁ କାହିଁକି ଡେଇଁଲେ ତାର କାରଣ ଅସ୍ପଷ୍ଟ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking