ଭୁବନେଶ୍ୱର: ଟ୍ରେନ ଆଗକୁ ଡେଇଁଲେ ଯୁବକ । ସରକନ୍ତରା ରେଳ ଫାଟକ ନିକଟରେ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣଙ୍କ ଖଣ୍ଡଗିରି ବାହାଦଲପୁର ଗାଁର ସଞ୍ଜୟ ପରିଡା । ଜିଆରପି ଘଟଣାସ୍ଥଳରେ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରୁଛି । ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି । ତେବେ ଯୁବକ ଜଣଙ୍କ କାହିଁକି ଆତ୍ମହତ୍ୟା କଲେ ଏଯାବତ ଜଣାପଡିନାହିଁ ।