32.1 C
Bhubaneswar
Wednesday, March 11, 2026
Homeଓଡିଶାମହା ଆଡମ୍ବରରେ ପାଳିତ ହେଲା ସୂର୍ଯ୍ୟଦେବଙ୍କ ପୂଜାବିଧି

ମହା ଆଡମ୍ବରରେ ପାଳିତ ହେଲା ସୂର୍ଯ୍ୟଦେବଙ୍କ ପୂଜାବିଧି

ମୟୁରଭଞ୍ଜ : ସକଳ ଶକ୍ତିର ଆଧାର ପ୍ରଭୁ ଶ୍ରୀ ସୂର୍ଯୁଦେବ। ସକାଳର ପ୍ରଥମ କିରଣରୁ ହୋଇଥାଏ ପ୍ରଭୁ ସୂର୍ଯ୍ୟଦେବଙ୍କ ଦିବ୍ୟ ଦର୍ଶନ। ଓଡ଼ିଶାରେ ଏକମାତ୍ର ସୂର୍ଯ୍ୟ ପୂଜା ଯାହାକି ବାରିପଦା ବାଘଡ଼ା ରୋଡ ଠାରେ ଦୀର୍ଘ ୫୮ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି। ପବିତ୍ର ଶାମ୍ବ ଦଶମୀ ଅବସରରେ ମହା ଆଡମ୍ବରରେ ପାଳିତ ହୋଇଯାଇଛି ସୂର୍ଯ୍ୟ ଦେବଙ୍କ ପୂଜା ବିଧି । ଆଉ ମଣ୍ଡପରେ ଶୋଭା ପାଉଛନ୍ତି ସୁନ୍ଦର ମୃର୍ଣ୍ଣୟ ସୂର୍ଯ୍ୟଦେବଙ୍କ ମୂର୍ତ୍ତି। ଆଜି ବୁଢାବଳଙ୍ଗ ନଦୀରୁ ଘଟ ଉତ୍ତୋଳନ କରିବା ପରେ ଏକ ବିରାଟ ଶୋଭାଯାତ୍ରାରେ ସୂର୍ଯ୍ୟ ଦେବଙ୍କ ଘଟକୁ ଅଣାଯାଇଥିଲା। ଢୋଲ ମାଦଳ ବଜାଇ ମହିଳା ମାନେ ଅତି ସୁନ୍ଦର ନୃତ୍ୟ ପରିବେଷଣ କରିବା ସହ, ସଂକୀର୍ତ୍ତନ ମଣ୍ଡଳିଙ୍କ କୀର୍ତ୍ତନରେ ଗୁଞ୍ଜରିତ ହେଉଥିଲା ବାରିପଦା ସହର କେବଳ ଏତିକି ନୁହେଁ ଆଦିବାସୀ ମହିଳା ସମ୍ପ୍ରଦାୟରେ ଲୋକେ ମୁଣ୍ଡରେ କଳସ ଧରି ଅତି ସୁନ୍ଦର ପାରମ୍ପରିକ ନାଚ ଗିତ କରିବା ସହ କମିଟି ପକ୍ଷରୁ ଶତାଧିକ ମହିଳା ଓ ପୁରୁଷ ଏହି ଘଟ ଯାତ୍ରାରେ ସାମିଲ ହୋଇଥିଲେ।
କୁହାଯାଏ ଶାମ୍ବ ଦଶମୀ ଅବସରରେ ଭଗବାନ ସୂର୍ଯ୍ୟ ଦେବତା ଧରା ପୃଷ୍ଠରେ ଅବତରଣ କରି ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଶ୍ରଦ୍ଧାଳୁ ପରିବାରର ସୁଖ ଶାନ୍ତି ଓ ସମୃଦ୍ଧି ପାଇଁ କାମନା କରିଥାନ୍ତି। ଖାସକରି ବାରିପଦା ସହରବାସୀ ଏହିଦିନଟିକୁ ସୂର୍ଯ୍ୟଙ୍କର କୃପା ପାଇବାକୁ ଚାହିଁବସିଥାନ୍ତି। ସୂର୍ଯ୍ୟଦେବ ଦେବତାଙ୍କ ରଥାରୁଢ ପ୍ରତିମୂର୍ତ୍ତିକୁ ଶାମ୍ବଦଶମୀ ଅବସରରେ ପୁଜା କଲେ ପୁଣ୍ୟ ମିଳିବା ସହ ବହୁ ରୋଗର ଆରାଗ୍ୟ ହୋଇଥାଏ ବୋଲି ପ୍ରକାଶ କରିଛନ୍ତି ଭକ୍ତ। ରଥାରୂଢ଼ ସୂର୍ଯ୍ୟ ଦେବତାଙ୍କ ପୂଜା ବାରିପଦାର ଏକମାତ୍ର ପୂଜା ହୋଇଥିବା ବେଳେ ଏହା ଓଡିଶାର ଏକମାତ୍ର ଅନନ୍ତ ପରମ୍ପରା ସୃଷ୍ଟି କରିଛି। ସୂର୍ଯ୍ୟ ନାରାୟଣଙ୍କ ଅତି ସୁନ୍ଦର ମୃଣ୍ମୟ ମୂର୍ତ୍ତି ଦେଖିଲେ ମନରେ ଏକ ଅନନ୍ୟ ଅନୁଭୂତି ଆସିଥାଏ। ପ୍ରତିଥର ଶାମ୍ବ ଦଶମୀରେ ସୂର୍ଯ୍ୟଦେବ ଧରାପୃଷ୍ଟକୁ ଅବତରଣ କରିଥାନ୍ତି। ପ୍ରତ୍ୟକ୍ଷ ଦେବତା ରୂପେ ପୂଜା ପାଉଥିବା ପ୍ରଭୁ ଧରାପୃଷ୍ଠକୁ ଆସି ନିଜ ଭକ୍ତଙ୍କ ଗହଣରେ ରୁହନ୍ତି। ଏନେଇ ଭଗବାନଙ୍କ ସ୍ବତନ୍ତ୍ର ରୂପେ ପୂଜା ଅର୍ଚ୍ଚନା କରାଯାଏ। ବାରିପଦା ବାଘଡା ରୋଡରେ ଏହି ସୂର୍ଯ୍ୟପୂଜା ଦୀର୍ଘ ୫୮ ବର୍ଷରେ ପଦାର୍ପଣ କରିଛି। ପୂଜା କମିଟିର ସଦସ୍ୟ ମାନଙ୍କ ପରିଶ୍ରମ ପାଇଁ ଚଳିତ ବର୍ଷ ସୁନ୍ଦର ମୂର୍ତ୍ତି ସାଙ୍ଗକୁ ରଙ୍ଗବେରଙ୍ଗର ତୋରଣରେ ଝଲସୁଛି ବାଘଡା ରୋଡ଼ ଅଞ୍ଚଳ । ତେବେ ଏଥିପାଇଁ ଆୟୋଜିତ ହୋମଯଜ୍ଞ ସାଙ୍ଗକୁ ପୂଜକ ବ୍ରାହ୍ମଣଙ୍କ ମନ୍ତ୍ରପାଠ ଏକ ଭକ୍ତି ଭାବମୟ ପରିବେଶ ସୃଷ୍ଟି କରିଥିବା ଦେଖିବାକୁ ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking