26.1 C
Bhubaneswar
Wednesday, February 11, 2026
Homeଓଡିଶାଶ୍ରମିକ ମାନଙ୍କ ଆକ୍ରମଣକାରୀଙ୍କୁ ଗିରଫ ଦାବିରେ, ଜୁଲାଇ ପହିଲାରେ ଖଣି ଅଞ୍ଚଳ ବନ୍ଦ ଡାକରା

ଶ୍ରମିକ ମାନଙ୍କ ଆକ୍ରମଣକାରୀଙ୍କୁ ଗିରଫ ଦାବିରେ, ଜୁଲାଇ ପହିଲାରେ ଖଣି ଅଞ୍ଚଳ ବନ୍ଦ ଡାକରା

ଯାଜପୁର : ସୁକିନ୍ଦା ରିଜିୟନ୍ କ୍ରୋମାଇଟ ମଜଦୁର ସଂଘର ସଭାପତି ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଅଧ୍ୟକ୍ଷତାର କାଳିଆପାଣି ୟୁନିଅନ ଅଫିସରେ ବସିଥିବା ବୈଠକରେ, ଜୁଲାଇ ୧’ରେ ଖଣି ଅଞ୍ଚଳର ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ସମର୍ଥକ ଅମଳେନ୍ଦୁ(ବାବି) ବେହୁରା ଏବଂ ସତ୍ୟଜିତ ଦାସଙ୍କ ନେତୃତ୍ୱରେ, କିଛି ଅସମାଜିକ ବ୍ୟକ୍ତି ଜୁନ ୬’ରେ ସୁକିନ୍ଦା ରିଜିୟନ୍ କ୍ରୋମାଇଟ ମଜଦୁର ସଂଘର ବର୍ତ୍ତମାନର ସାଧାରଣ ସଂପାଦକ, ଭରତ ଚନ୍ଦ୍ର ମାହନ୍ତଙ୍କୁ ଜୀବନରେ ମାରିଦେବାକୁ ଉଦ୍ୟମ କରିଥିଲେ। ଶ୍ରମିକ ନେତା ରତ ମାହନ୍ତଙ୍କ ମୁଣ୍ଡ ଫଟାଇ ହତ୍ୟା ଉଦ୍ୟମ କରିଥିଲେ ମନ୍ତ୍ରୀଙ୍କ ଗୁଣ୍ଡା ବାହିନୀ। ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଆସନ୍ତା ଜୁଲାଇ ପହିଲାରେ ଖଣି ଅଞ୍ଚଳ ବନ୍ଦ ରହିବ। ଏହାସହ, ବିଭିନ୍ନ ଖଣିରେ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ସୁକିନ୍ଦା ରିଜିୟନ୍ କ୍ରୋମାଇଟ ମଜଦୁର ସଂଘ ପଦକ୍ଷେପ ନେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking