ଭୁବନେଶ୍ୱର : ବିପିସିଏଲ ଗ୍ୟାସ ପାଇପ ଲାଇନ ମରାମତି ବେଳେ ଫସିଲେ ଶ୍ରମିକ । ମାଟି ତଳ ସମ୍ପରେ ଜଣେ ଶ୍ରମିକ ଫସି ରହିଥିବାରୁ ଉଦ୍ଧାର ଉଦ୍ୟମ ଜାରି ରହିଛି । କଟକ- ପାରାଦୀପ ରାସ୍ତାର ତାଳଦଣ୍ଡାରେ ମରାମତି ବେଳେ ଫସିଥିଲେ ଶ୍ରମିକ ।ମରାମତି ବେଳେ ଗ୍ୟାସ ଲିକ ହେଉଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଉଦ୍ଧାର କାଯ୍ୟ ପାଇଁ ଅଗ୍ନିଶମବାହିନୀ ମୁତୟନ ଅଛନ୍ତି । ମାଟି ତଳୁ ସମ୍ପରୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଛି । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଚି ।










