ନୂଆଦିଲ୍ଲୀ: ଆଜିକାଲି ମହିଳାମାନେ ସୁନ୍ଦର ହେବା ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରି ପାର୍ଲର ଯାଆନ୍ତି । ଡାଏଟରେ ରୁହନ୍ତି । କେବଳ ଏତିକି ନୁହେଁ ବିଭିନ୍ନ ଇଞ୍ଜେକ୍ସନ, ମେଡିସିନ ନେଇ ପ୍ଲାଷ୍ଟିକ ସର୍ଜରୀ କରିଥାନ୍ତି, ପରେ ଜୀବନ ହରାଇଥାନ୍ତି ା କିନ୍ତୁ ଜାଣିଛନ୍ତି କି ପାକିସ୍ତାନରେ ଏପରି ଏକ ଗାଁ ଅଛି ଯେଉଁଠି ମହିଳାମାନେ ନା ଇଞ୍ଜେକ୍ସନ ନିଅନ୍ତି ନା ପାର୍ଲର ଯାଆନ୍ତି । ସେମାନେ ଯେଉଁଠି ରୁହନ୍ତି, ପିଲାଙ୍କ ଠାରୁ ବୃଦ୍ଧ ଯାଏଁ ସମସ୍ତେ ବହୁତ ସୁନ୍ଦର ଓ ସେମାନଙ୍କ ତ୍ୱଚାରେ ଚମକ ଦେଖାଦେଇଥାଏ । ଜଣାପଡିନଥାଏ କିଏ ବୃଦ୍ଧ, କିଏ ଯୁବତୀ । ଜାଗାଟି ହେଉଛି ପାକିସ୍ତାନର ହୁଞ୍ଜା ଭ୍ୟାଲି । ଏଠାକୁ ଲୋକମାନେ କେବଳ ମହିଳାଙ୍କ ସୌନ୍ଦର୍ଯ୍ୟ ଏବଂ ଜୀବନଶୈଳୀ ଦେଖିବାକୁ ଯାଆନ୍ତି । ଏହାଛଡା ଏଠି ରହୁଥିବା ମହିଳାମାନେ ସେମାନଙ୍କର ଦୀର୍ଘାୟୁ ପାଇଁ ମଧ୍ୟ ପ୍ରସିଦ୍ଧ । ଏପରି ମନେ ହୁଏ ଯେପରି କେହି କାହା ବୟସ ଅନୁମାନ କରିପାରିବେ ନାହିଁ । ହୁଞ୍ଜା ଉପତ୍ୟକାର ମହିଳାମାନଙ୍କ ସୁନ୍ଦରତା ପଛରେ ବଡ କାରଣ ରହିଛି । ସେମାନଙ୍କ ଜୀବନ ଶୈଳୀ, ଖାଦ୍ୟପେୟ ଭିନ୍ନ ଧରଣର । ବରଫ , ପାହାଡରେ ରହୁଥିବା ଏହି ମହିଳାମାନେ ପରିଶ୍ରମୀ ମଧ୍ୟ । ସବୁଠୁ ବଡ କଥା ହେଉଛି, ଏଠାକାର ଲୋକମାନେ ନିଜେ ଚାଷ କରି ଖାଦ୍ୟ ଖାଇଥାନ୍ତି । ଯାହା ସେମାନଙ୍କର ସ୍ୱାସ୍ଥ୍ୟ ଓ ବୟସ ଭଲ ରଖେ । ଏହାଛଡା କୁହାଯାଉଛି ଯେ, ହୁଞ୍ଜା ଉପତ୍ୟକାରେ ରହୁଥିବା ମହିଳାମାନଙ୍କ ଉପରେ ଜେନେଟିକ ପ୍ରଭାବ ପକାଇଥାଏ । ସେମାନେ ମାନସିକ ଚାପରୁ ଦୂରରେ ରହିବା ସହିତ ସ୍ୱଚ୍ଛ ବାୟୁ, ଏବଂ ପାଣିରେ ଜୀବନ ଯାପନ କରନ୍ତି । ଯାହାକି ସେମାନଙ୍କ ଚେହେରାରେ ପରିବର୍ତ୍ତନ ଆଣିଥାଏ । ସମସ୍ତେ ଯବାନ ଭଳି ଦେଖାଯାଆନ୍ତି । ଆଉ ବୃଦ୍ଧାବସ୍ଥାର ପ୍ରଭାବ ଦେଖାଯାଏ ନାହିଁ ।










