25.1 C
Bhubaneswar
Saturday, March 21, 2026
Homeଅପରାଧସ୍ୱାମୀର ବନ୍ଧୁକ ଗୁଳିରେ ଚାଲିଗଲା ସ୍ତ୍ରୀର ଜୀବନ

ସ୍ୱାମୀର ବନ୍ଧୁକ ଗୁଳିରେ ଚାଲିଗଲା ସ୍ତ୍ରୀର ଜୀବନ

କଳାହାଣ୍ଡି : କଳାହାଣ୍ଡି ଥୁଆମୁଳ ରାମପୁର ବ୍ଲକ ରଣପୁର ଗାଁରେ ଘଟିଛି ଅଭାବନୀୟ ଘଟଣା। ସ୍ୱାମୀର ଗୁଳିରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ଝିଅର ଅବସ୍ଥା ସଙ୍କଟାପନ୍ନ ରହିଛି। ସୂଚନା ଅନୁଯାୟୀ, ରଣପୁର ଗାଁର ବନ ମାଝୀଙ୍କ ଚାଷ ଜମିରେ ଧାନ ଚାଷ ନଷ୍ଟ କରିଥିଲେ ଗାଈ। ଏଥିରେ ବନ ମାଝୀ ରାଗି ଯାଇ ଦେଶୀ ବନ୍ଧୁକରେ ଗାଈଙ୍କୁ ଗୁଳି କରିବା ବେଳେ ତାଙ୍କ ସ୍ତ୍ରୀ ଜେମାଦେଇ ଏବଂ ଝିଅ ବିଦ୍ୟା ତାଙ୍କୁ ଅଟକାଇଥିଲେ। ହେଲେ ଏହି ସମୟରେ ଦେଶୀ ବନ୍ଧୁକର ଗୁଳି ଫୁଟିବାରୁ ତାଙ୍କ ସ୍ତ୍ରୀ ଏବଂ ଝିଅ ଦେହରେ ବାଜିଥିଲା। ଉଭୟଙ୍କୁ ପ୍ରଥମେ ଭବାନୀପାଟଣା ସହିଦ ରେଣ୍ଡୋମାଝୀ ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀ ଜେମାଦେଇ ମାଝୀଙ୍କ ମୃତ୍ୟୁ ହୋଇଥିବା ବେଳେ, ଝିଅର ଅବସ୍ଥା ସଙ୍କଟାପନ୍ନ ରହିଛି। ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସ୍ଵାମୀ ବନ ମାଝୀଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking