26.7 C
Bhubaneswar
Saturday, April 11, 2026
Homeଦେଶ ବିଦେଶଅଟଳ ସେତୁରୁ ଡେଉଁଥିଲେ ମହିଳା ; ରକ୍ଷକ ସାଜିଲେ କ୍ୟାବ ଡ୍ରାଇଭର

ଅଟଳ ସେତୁରୁ ଡେଉଁଥିଲେ ମହିଳା ; ରକ୍ଷକ ସାଜିଲେ କ୍ୟାବ ଡ୍ରାଇଭର

ମୁମ୍ବାଇ : ମୁମ୍ବାଇର ଅଟଳ ସେତୁରୁ ଜଣେ ମହିଳା ଶୁକ୍ରବାର ସନ୍ଧ୍ୟାରେ ଡେଇଁବାକୁ ଚେଷ୍ଟା କରିଥିଲା ବେଳେ ଦେବଦୂତ ସାଜି ଉଦ୍ଧାର କରିଛନ୍ତି କ୍ୟାବ ଡ୍ରାଇଭର ଓ ଟ୍ରାଫିକ ପୋଲିସ। ଏହି ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବା ବେଳେ ଛାତିଥରା ଘଟଣା ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓ ଅନୁଯାୟୀ, ହଠାତ୍ ଏକ କ୍ୟାବ ଅଟଳ ସେତୁ ବ୍ରିଜ ନିକଟରେ ଅଟକିଥିଲା। ଏହି ସମୟରେ ଜଣେ ମହିଳା ସମୁଦ୍ରକୁ ଡେଇଁବାକୁ ଉଦ୍ୟତ ହେଉଥିବା ବେଳେ ଦେବଦୂତ ସାଜି କ୍ୟାବ ଡ୍ରାଇଭର ମହିଳାଙ୍କ ଚୁଟି ଧରି ପକାଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଟ୍ରାଫିକ୍‌ ପୋଲିସ୍‌ କର୍ମୀ ତୁରନ୍ତ ରେଲିଂ ଡେଇଁ ମହିଳାଙ୍କୁ ସୁରକ୍ଷିତ ଭାବେ ବ୍ରିଜ ଉପରକୁ ଆଣିଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking