23.1 C
Bhubaneswar
Thursday, January 2, 2025
Homeଓଡିଶାମହାନଦୀରେ ୫୦ କିଲୋମିଟର ଭାସିଲେ ମହିଳା

ମହାନଦୀରେ ୫୦ କିଲୋମିଟର ଭାସିଲେ ମହିଳା

ଝାରସୁଗୁଡ଼ା : ମହାନଦୀରେ ୫୦କିଲୋମିଟର ଭାସିବା ପରେ ଛତିଶଗଡ଼ର ଜଣେ ମହିଳାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।ଛତିଶଗଡ଼ର ପୁରଥଠାରୁ ସରୋଜିନୀ ରଣବୀର ନାମକ ଜଣେ ମହିଳା ମହାନଦୀରେ ପ୍ରାୟ ୬୦ କିଲୋମିଟର ଭାସି ଆସିଥିଲେ। ଗୁରୁବାର ସକାଳୁ ସକାଳୁ ଝାରସୁଗୁଡା ଜିଲ୍ଲା ଲଖନପୁରବ୍ଲକ ପଲସଦା ନିକଟରେ ମହାନଦୀ କୂଳରେ ସେ ଲାଗିଥିଲେ। ମହାନଦୀକୁ ମାଛ ଧରିବାକୁ ଯାଇଥିବା ମତ୍ସ୍ୟଜୀବୀମାନେ ତାଙ୍କୁ ଦେଖି ଉଦ୍ଧାର କରିଥିଲେ। ଉଦ୍ଧାର ସମୟରେ ସରୋଜିନୀଙ୍କ ଗୋଡରେ ଲୁହା କଡ଼ି ବନ୍ଧାଥିବା ଦେଖିବାକୁ ମିଳିଛି। ସେ କେଉଁ ପରିସ୍ଥିତିରେ ମହାନଦୀରେ ଭାସି ଆସିଲେ ତାହା ଜଣାପଡ଼ି ନାହିଁ। ୪ ବର୍ଷ ତଳେ ୨୦୨୦ ମସିହାରେ ଏଭଳି ଏକ ଘଟଣା ଘଟିଥିଲା। ସୋନି ଯାଦବ ନାମକ ଜଣେ ଯୁବତୀ ଛତିଶଗତିରୁ ମହାନଦୀରେ ଭାସି ଆସି ପ୍ରାୟ ୬୫୦ କିଲୋମିଟର ଭାସି ଆସିବା ପରେ ସୀମାବର୍ତ୍ତୀ କୁସୁମେଲଠାରୁ ଉଦ୍ଧାର ହୋଇଥିଲେ। ସୋନିକୁ ଝିଅ ଭାବେ ତତ୍କାଳୀନ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଗ୍ରହଣ କରିଥିଲେ। ପରେ ସେ ତାଙ୍କର ବିବାହ କରାଇ କନ୍ୟାଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking