ସମ୍ବଲପୁର: ବନ୍ୟାପାଣିକୁ ସମ୍ଭାଳିପାରୁନାହିଁ ହୀରାକୁଦ ଗେଟ । ଛତିଶଗଡରୁ ମାଡି ଆସିଲା ପାଣି ଘନଘନ ବଢୁଛି ହୀରାକୁଦରେ ଜଳସ୍ତର । ପୁଣି ଖୋଲିଲା ହୀରୀକୁଦର ୨୦ଟି ଗେଟ । ସତର୍କ ହୋଇଯାଅ ଓଡିଶାରେ ଆସିବ ସବୁଠାରୁ ବଡ ବନ୍ୟା । ହୁ ହୁ ହୋଇ ହୀରାକୁଦରେ ବଢି ଚାଲିଛି ଜଳସ୍ତର । ଉପରମୁଣ୍ଡରେ ଲାଗି ରହିଛି ତୁହାକୁ ତୁହା ପ୍ରବଳ ବର୍ଷା । ଏବେ ତଳିଆ ଅଞ୍ଚଚଳରେ ବନ୍ୟା ସୁନିଶ୍ଚିତ । ଆସିପାରେ ପୂରା ଓଡିଶାରେ ବଡ ବନ୍ୟା । ତଳିଆଯ ଅଞ୍ଚଳରେ ଏବେ ସବୁ କିଛି ଭସାଇ ନେଇଯିବ । ସମ୍ଭାଳିପାରୁ ନାହିଁ ହୀରାକୁଦର ଗେଟ । ଦାଉ ସାଧୁଛି ଛତିଶଗଡର କଲମା ବ୍ୟାରେଜ । ଗୋଟିଏ ପରେ ଗୋଟିଏ ଗେଟ ଖୋଲି ଚାଲିଛି ହୀରାକୁଦ । ଏତେ ପାଣି ଆସୁଛି କି ହୀରାକୁଦ ଆଉ ସମ୍ଭାଳି ରଖିପାରୁନାହିଁ । ୨୦ଟି ଗେଟ ହୀରାକୁଦରେ ଖୋଲାଯାଇଛି । ଆଗକୁ ଆହୁରି ଗେଟ ଖୋଲାଯିବ । ଆଉ ଗେଟ ଖୋଲିବା କ୍ଷଣି ମାଡି ଆସିବ ବଡ ବନ୍ୟା । ପୂରା ରାଜ୍ୟରେ ବନ୍ୟା ପରିସ୍ଥିତି ଦେଖାଦେଲାଣି । ଉତ୍ତର ଓଡିଶାରେ ପଡିଛି ବନ୍ୟାର ଗଭୀର ପ୍ରଭାବ । ସେ ଭଦ୍ରକ , ହେଉ କି କେନ୍ଦ୍ରାପଡା , ସୁବଣ୍ଣପୁର ଜିଲ୍ଲା । ଏବେ ବନ୍ୟାପାଣିରେ ଗାଁ, ଗଣ୍ଡା ସବୁ ଜଳବନ୍ଦୀ ହେବାରେ ଲାଗିଳାଣି । ଚଟିକେ ଏହି ଦୃଶ୍ୟକୁ ଦେଖନ୍ତୁ ।
ହୀରାକୁଦ ଜଳଭଣ୍ଡାର ଦେଇ କିଭଳି ବାହାରି ଆସୁଛି ବନ୍ୟାପାଣି । ସୁସୁ ଗର୍ଜନ କରି ତଳିଆ ଅଞ୍ଚଳମାନଙ୍କରେ କିଭଳି ମାଡିଯାଉଛି । ଘର , ଦ୍ୱାରା ସବୁ ଭସାଇ ନେବ ଏହି ବନ୍ୟା ଜଳ । ସୂଚନା ମୁତାବକ ତଳିଆ ଅଞ୍ଚଳବାସୀ ସତର୍କ ହୋଇଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟାପାଣି ଏଥର ସବୁ କିଛି ଭସାଇ ନେଇ ଯିବ । କାରଣ ଗତବର୍ଷ ତୁଳନାରେ ଚଳିତ ବର୍ଷ ବହୁତ ଆଗରୁ ହୀରାକୁଦ ଜଳଭଣ୍ଡାରର ଗେଟ ଖୋଲି ଦିଆଯାଇଛି । ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହୁଥିବା ବେଳେ ଆଗକୁ ମଧ୍ୟ ଲଘୁଚାପ ବର୍ଷା ଆକଳନ କରାଯାଉଛି । ଯଦି ଉପରମୁଣ୍ଡରୁ ତୁହାକୁ ତୁହା ଏଭଳି ବର୍ଷା ଲାଗି ରୁହେ , ତେବେ ରାଜ୍ୟରେ ବଡ ବନ୍ୟା ଆସିବାର ସମ୍ଭାବନା ବାରି ହୋଇ ପଡୁଛି । ସେପଟେ ହୀରାକୁଦ ପାଣିରେ ଏବେ ମହାନଦୀ ଖୋଲିବାରେ ଲାଗିଲାଣି । ହୀରାକୁଦର ଜଳସ୍ତର ରହିଛି ୬ ଶହ ୧୦ ଫୁଟ । ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୩୫ ହଜାର ୫୬୬ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିଭଳି ନିଷ୍କାସନ ହେଉଛି ୩ ଲକ୍ଷ ୩୫ ହଜାର ୧୫୩ କ୍ୟୁସେକ ବନ୍ୟାପାଣି । ଯଦି ଉପରମୁଣ୍ଡାରେ ବର୍ଷା ଲାଗି ରୁହେ , ତେବେ ହୀରାକୁଦରେ ଆହୁରି ଗେଟ ଖୋଲିବ । କାରଣ କଲମା ବ୍ୟାରେଜ ବି ତାର ଅଧିକ ଗେଟ ଖୋଲିଦେବ । ଯାହା ଫଳରେ ହୀରାକୁଦରେ ବଢିବ ପାଣି । ସେପଟେ ରାଜ୍ୟରେ ଆସନ୍ତା ୨୮ ତାରିଖ ଯାଏ ବର୍ଷା ଲାଗି ରହିବ । ଲଘୁଚାପ ପ୍ରଭାବରେ ବର୍ଷା ଲାଗି ରହିଛି । ଉପରମୁଣ୍ଡରେ ତୁହାକୁ ତୁହା ବର୍ଷା ପାଇଁ ହୀରାକୁଦରେ ଜଳସ୍ତର ବଢିବା ନେଇ ମଧ୍ୟ ଅନୁମାନ କରାଯାଉଛି । ତଳିଆ ଅଞ୍ଚଳରେ ଲୋକଙ୍କୁ ଉପରମୁଣ୍ଡକୁ ଚାଲିଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।










