ସମ୍ବଲପୁର: ବଢୁଛି ହୀରାକୁଦ ଉପରମୁଣ୍ଡର ଜଳସ୍ତର । ଏବେ ମୋଟ ୧୬ଟି ସ୍ଲୁଇସ ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି । ସଂଧ୍ୟାସୁଦ୍ଧା ୨୦ଟି ଗେଟ ଦେଇ ଜଳ ନିଷ୍କାସନ ହେବ କହିଲେ କର୍ତ୍ତୁପକ୍ଷ । ବର୍ତ୍ତମାନ ସମସ୍ତ ନଦୀର ଜଳସ୍ତର ବିପଦ ସଂକେତ ତଳେ । ସତର୍କ କଲେ ଜଳ ସଂପଦ ବିଭାଗ ସର୍ୱୋଚ୍ଚ ଯନ୍ତ୍ରୀ ଚନ୍ଦ୍ର ଶେଖର ପାଢୀ । ତଳିଆ ଅଞ୍ଚଳରେ ଅଧିକ ପାଣି ଜମିବା ନେଇ ସତର୍କତା ଜାରି କରାଯାଇଛି । ୧୫ ଜିଲ୍ଲାର ୪୩ ବ୍ଲକରେ ୫୦ ମିଲିମିଟର ଠାରୁ ଅଧିକ ବର୍ଷା ହୋଇଛି । ହୀରାକୁଦର ୧୨ଟି ଗେଟ ଖେଲା ଯାଇଛି , ସ୍ଥିତି ଦେଖି ଗେଟ ଖୋଲାଯିବ ।









