28.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶଲେବାନନର ୨୪ଟି ଗାଁ ଖାଲି କରିବାକୁ ଇସ୍ରାଏଲ ସେନାର ଚେତାବନୀ

ଲେବାନନର ୨୪ଟି ଗାଁ ଖାଲି କରିବାକୁ ଇସ୍ରାଏଲ ସେନାର ଚେତାବନୀ

ନୂଆଦିଲ୍ଲୀ: ଇସ୍ରାଏଲ୍ ସେନା ଦକ୍ଷିଣ ଲେବାନନର ୨୪ଟି ଗାଁର ବାସିନ୍ଦାଙ୍କୁ ଏହି ଗ୍ରାମ ଗୁଡ଼ିକୁ ଖାଲି କରିବାକୁ ଚେତାବନୀ ଦେଇଛି । ବୁଧବାର ଇସ୍ରାଏଲ୍ ପକ୍ଷରୁ ଜାରି କରାଯାଇଥିବା ଏହି ଚେତାବନୀ ଏପରି ଏକ ସମୟରେ ଆସିଛି, ଯେତେବେଳେ ହିଜବୁଲ୍ଲା ଆତଙ୍କବାଦୀ ଗୋଷ୍ଠୀର ମୁକାବିଲା ପାଇଁ ସେନା ନିକଟରେ ସୀମା ଅଞ୍ଚଳ ନିକଟରେ କାର୍ଯ୍ୟ ଆରମ୍ଭ କରିଛି । ଇସ୍ରାଏଲ୍ ସେନା ଏହାକୁ ଏକ ଛୋଟ ଗ୍ରାଉଣ୍ଡ ଅପରେସନ୍ ବୋଲି କହୁଛି । ଏହି ୨୪ ଟି ଗ୍ରାମ ମିଳିତ ଜାତିସଂଘ ଦ୍ୱାରା ଘୋଷିତ ହୋଇଥିବା ‘ବଫର୍ ଜୋନ୍‌’ରେଆସୁଛି, ଯାହା ୨୦୦୬ ମସିହାରେ ଇସ୍ରାଏଲ୍ ଏବଂ ହିଜବୁଲ ମଧ୍ୟରେ ଶେଷ ଯୁଦ୍ଧ ପରେ ସ୍ଥାପନା କରାଯାଇଥିଲା ।

ଇସ୍ରାଏଲ୍ ସେନା ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ଇରାନ ସମର୍ôଥତ ହିଜବୁଲ୍ଲା ବିରୁଦ୍ଧରେ ଦକ୍ଷିଣ ଲେବାନନରେ ଗ୍ରାଉଣ୍ଡ ଅପରେସନରେ ପଦାତିକ ତଥା ସଶସ୍ତ୍ର ୟୁନିଟ୍ ଅଂଶଗ୍ରହଣ କରୁଛନ୍ତି । ଇସ୍ରାଏଲ କହିଛି ଯେ, ସୀମା ଅଂଚଳରୁ ବିସ୍ଥାପିତ ଇସ୍ରାଏଲୀୟ ମାନେ ନିଜ ଘରକୁ ସୁରକ୍ଷିତ ଭାବେ ନ ଫେରିବା ପର୍ଯ୍ୟନ୍ତ ଏହା ହିଜବୁଲ୍ଲା ଉପରେ ଆକ୍ରମଣ ଜାରି ରଖିବ । ଏହା ସମାପ୍ତ ହେବା ପରେ ହିଁ ଗ୍ରାଉଣ୍ଡ ମିଲିଟାରୀ ଅପରେସନ୍ ସମାପ୍ତ ହେବ । ଇସ୍ରାଏଲ୍ ସେନା ଏକ ବିବୃତ୍ତିରେ କହିଛି ଯେ ଦକ୍ଷିଣ ଲେବାନନରେ ହିଜବୁଲ୍ଲା ଠିକଣା ଉପରେ ଗ୍ରାଉଣ୍ଡ ଆକ୍ରମଣ ଜାରି ରହିଛି ।

ଏହି ସମୟ ମଧ୍ୟରେ ଇସ୍ରାଏଲ ପୁଣି ଲେବାନନକୁ ବୋମାମାଡ଼ କରିଛି । ବୁଧବାର ସକାଳେ ବେରୁଟର ଦକ୍ଷିଣରେ ଇସ୍ରାଏଲ୍ ସୈନ୍ୟମାନେ ଅତି କମରେ ପାଞ୍ଚଟି ଏୟାର ଷ୍ଟ୍ରାଇକ୍ କରିଥିଲେ । ହିଜବୁଲ୍ଲା ଉପରେ ଲକ୍ଷ୍ୟ କରି ଏହି ଆକ୍ରମଣ କରାଯାଇଛି । ଇସ୍ରାଏଲ ଦ୍ୱାରା କରାଯାଇଥିବା ଏହି ଆକ୍ରମଣରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking