22.1 C
Bhubaneswar
Friday, February 13, 2026
Homeଦେଶ ବିଦେଶମହାକାଳ ମନ୍ଦିରରେ କାନ୍ଥ ଭୁଶୁଡ଼ି ୨ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ମହାକାଳ ମନ୍ଦିରରେ କାନ୍ଥ ଭୁଶୁଡ଼ି ୨ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ଉଜ୍ଜୈନ: ଶୁକ୍ରବାର ସନ୍ଧ୍ୟାରେ ମଧ୍ୟପ୍ରଦେଶର ପ୍ରସିଦ୍ଧ ଉଜ୍ଜୈନସ୍ଥିତ ବିଶ୍ୱ ପ୍ରସିଦ୍ଧ ମହାକାଳ ମନ୍ଦିରରେ ଶିବ ମନ୍ଦିରରେ ଅଘଟଣ। ଏଠାରେ ଏକ କାନ୍ଥ ଭୁଶୁଡ଼ି ପଡ଼ିବା ସହ ଅନେକ ଶ୍ରଦ୍ଧାଳୁ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ। ସହରରେ ପ୍ରବଳ ବର୍ଷା ମଧ୍ୟରେ ଏହି ଘଟଣା ଘଟିଛି। କାନ୍ଥ ଭୁଶୁଡ଼ିବା ମାତ୍ରେ ମହାକାଳ ମନ୍ଦିର ପରିସରରେ ବିଶୃଙ୍ଖଳା ଦେଖାଦେଇଥିଲା। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣାରେ ଦୁଇ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ କିଛି ଲୋକ ଗୁରୁତର ଆହତ ହୋଇଛନ୍ତି। ଶୁକ୍ରବାର ପ୍ରବଳ ବର୍ଷା ଯୋଗୁଁ ଉଜ୍ଜୈନରେ ମହାକାଳ ମନ୍ଦିରର ୪ ନମ୍ବର ଗେଟ୍‌ର କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଭଗ୍ନାବଶେଷରେ ପୋତି ହୋଇ କିଛି ଲୋକ ଆହତ ହୋଇଥିବା ବେଳେ ଅନେକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଭଗ୍ନାବଶେଷରେ ପୋତି ହୋଇ ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁଇ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ଖବର ପାଇବା ମାତ୍ରେ ଜିଲ୍ଲାପାଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ମନ୍ଦିର ପ୍ରଶାସନ କମିଟିର କର୍ମଚାରୀ ଓ ପୁଲିସ କର୍ମଚାରୀଙ୍କ ସହ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଶୁକ୍ରବାର ରାତିରେ ମହାକାଳ ମନ୍ଦିର ସମ୍ମୁଖ ବଡ଼ ଗଣେଶ ମନ୍ଦିର ନିକଟରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଦୁର୍ଘଟଣା ଘଟିବା ମାତ୍ରେ ପୁଲିସ, ମନ୍ଦିର ପରିଚାଳନା କମିଟିର ଅଧିକାରୀ ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା। ଦୁଇ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking