27.6 C
Bhubaneswar
Monday, April 13, 2026
Homeଓଡିଶାକାନ୍ଥ ପଡ଼ି ଜେଜେ ମା’ ମୃତ; ଶିଶୁକନ୍ୟା ଗୁରୁତର

କାନ୍ଥ ପଡ଼ି ଜେଜେ ମା’ ମୃତ; ଶିଶୁକନ୍ୟା ଗୁରୁତର

ସୋନପୁର : କାନ୍ଥ ପଡ଼ିଯିବାରୁ ଜେଜେ ମା’ର ମୃତ୍ୟୁ ଘଟିଥିବା ବେଳେ ୨ବର୍ଷର ଶିଶୁକନ୍ୟା ଗୁରୁତର ଆହତ ହୋଇଛି। ସୋନପୁର ଜିଲ୍ଲା ଲଚ୍ଛିପୁର ଥାନା ଅନ୍ତର୍ଗତ ସଉରାପାଲି ଗାଁରେ ଏହି ଅଘଟଣ ଘଟିଛି। ବର୍ଷା ଯୋଗୁ ଏହି ଅଘଟଣ ଘଟିଛି ବୋଲି କୁହାଯାଉଛି।

ଗତକାଲି ରାତିରେ ଜେଜେ ମା’ ଓ ନାତୁଣି ଘରେ ଶୋଇଥିଲେ। ଏହି ସମୟରେ ହଠାତ୍ ଘରର ଏକ କାନ୍ଥ ସେମାନଙ୍କ ଉପରେ ପଡ଼ି ଯାଇଥିଲା। ଘଟଣାସ୍ଥଳରେ ଜେଜେ ମା’ଜୀବନ ଚାଲି ଯାଇଥିଲା। ଚିତ୍କାର ଶୁଣି ପଡ଼ୋଶୀମାନେ ଧାଇଁ ଆସିଥିଲେ। ଛୋଟ ଛୁଆଟିକୁ ଉଦ୍ଧାର କରି ଭୀମଭୋଇ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking