32.1 C
Bhubaneswar
Thursday, October 17, 2024
Homeଅପରାଧଦୁଷ୍କର୍ମ ଅଭିଯୁକ୍ତକୁ ପିଟିପିଟି ମାରିଦେଲେ ଗାଁ ଲୋକ

ଦୁଷ୍କର୍ମ ଅଭିଯୁକ୍ତକୁ ପିଟିପିଟି ମାରିଦେଲେ ଗାଁ ଲୋକ

କୋଲକାତା: ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲାର ପଟାଶପୁର ଅଞ୍ଚଳରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ସୁଖଚାନ୍ଦ ମୌତି ନାମକ ଜଣେ ଅଭିଯୁକ୍ତଙ୍କୁ ଉତ୍ତ୍ୟକ୍ତ ଗ୍ରାମବାସୀମାନେ ହିଁ ପିଟିପିଟି ମାରିଦେଇଛନ୍ତି । ଏପ୍ରକାର ଏକ ରିପୋର୍ଟ ସାମ୍ନାକୁ ଆସିବା ପରେ ଏହାକୁ ନେଇ ଦୁଷ୍କର୍ମକାରୀଙ୍କୁ ଏହିପ୍ରକାର ଦଣ୍ଡ ଦିଆଯିବା ଉଚିତ୍ ବୋଲି ମତପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ ଗତ ଶୁକ୍ରବାର (୪ ତାରିଖ) ଅପରାହ୍ନ ସମୟରେ ପୀଡ଼ିତା ମହିଳାଜଣକ ନିଜ ଘର ପଛରେ ଥିବା କ୍ଷେତରେ ଗାଈ ଓ ଛେଳି ଚରାଇବାକୁ ଯାଇଥିଲେ । କିନ୍ତୁ ପୂର୍ବରୁ ସେଠାରେ ଲୁଚି ରହିଥିବା ଅଭିଯୁକ୍ତଜଣକ ମହିଳାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିଲା ଏବଂ ହତ୍ୟା କରିବା ଉଦ୍ଦେଶ୍ୟରେ କୀଟନାଶକ ପିଆଇଦେଇଥିଲା । ପରେ ମହିଳାଙ୍କୁ ମୁମୁର୍ଷୁ ଅବସ୍ଥାରେ ଛାଡି ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।

ଅନ୍ୟପକ୍ଷେ କିଛି ଗ୍ରାମବାସୀ ମହିଳାଙ୍କୁ ସେଠାରୁ ଉଦ୍ଧାର କରି ତାମଲୁକର ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରିଥିଲେ ଏବଂ ପୁଲିସ୍‌କୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ତେବେ ଗତକାଲି ଅର୍ଥାତ୍ ରବିବାର ଦିନ ପୁଲିସ୍‌କୁ ନିଜ ବୟାନରେ ଅଭିଯୁକ୍ତର ନାମ ଓ ଠିକଣା ସବୁକିଛି ଜଣାଇବାର କିଛି ଘଣ୍ଟା ମଧ୍ୟରେ ପୀଡ଼ିତା ଚିକିିତ୍ସାଧୀନ ଅବସ୍ଥାରେ ହିଁ ମୃତ୍ୟୁବରଣ କରିଥିଲେ । ଏଥିରେ ଗ୍ରାମବାସୀମାନେ ଉତ୍ତେଜନାପ୍ରବଣ ହୋଇ ଅଭିଯୁକ୍ତକୁ ତା’ ଘର ଭିତରୁ ଭିଡିଆଣି ନିସ୍ତୁକ ମାଡ଼ ମାରିଥିଲେ । ଏଥିରେ ଅଭିଯୁକ୍ତଜଣକ ଲହୁଲୁହାଣ ହୋଇପଡ଼ିଥିବା ବେଳେ ପୁଲିସ୍ ତା’କୁ ଉଦ୍ଧାର କରି ହସ୍ପିଟାଲ ନେଇଯାଇଥିଲା । କିନ୍ତୁ ସେଠାରେ ଅଭିଯୁକ୍ତ ପ୍ରାଣ ହରାଇଛି । ପୂର୍ବ ମେଦିନୀପୁର ପୋଲିସ ଅଧୀକ୍ଷକ ସୌମ୍ୟଦୀପ ଭଟ୍ଟାଚାର୍ଯ୍ୟ କହିଛନ୍ତି, ଏହା ଅତ୍ୟନ୍ତ ସମ୍ବେଦନଶୀଳ ବିଷୟ । ଆଇନଗତ ପ୍ରକ୍ରିୟା ଅନୁଯାୟୀ ମହିଳାଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ ହୋଇସାରିଛି । ଉଭୟ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking