25.1 C
Bhubaneswar
Monday, January 12, 2026
Homeଅପରାଧଲାଞ୍ଚ ନେବାବେଳେ ମାଡ଼ି ବସିଲା ଭିଜିଲାନ୍ସ

ଲାଞ୍ଚ ନେବାବେଳେ ମାଡ଼ି ବସିଲା ଭିଜିଲାନ୍ସ

କଳାହାଣ୍ଡି: ଗର୍ଭବତୀ ମହିଳାଙ୍କଠାରୁ ୬୦୦୦ ଟଙ୍କା ଲାଞ୍ଚ ନେବାବେଳେ ମାଡ଼ି ବସିଲା ଭିଜିଲାନ୍ସ । କଳାହାଣ୍ଡି ମେଡିକାଲ କଲେଜର ସ୍ତ୍ରୀ ଓ ପ୍ରସୂତି ବିଭାଗର ସିନିୟର ଡାକ୍ତର ଅଶୋକ ଦାସଙ୍କୁ ଭିଜିଲାନ୍ସ ଗିରଫ କରିବା ସହ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଛି। ଭବାନୀପାଟଣାର ରେନ୍ଦୋ ମାଝୀ ନାମକ ଜଣେ ଗର୍ଭବତୀ ମହିଳା ଡାକ୍ତର ଅଶୋକ ଦାସଙ୍କ ପାଖକୁ ଚେକଅପ୍‌ ପାଇଁ ଆସିଥିଲେ। ଚେକଅପ୍‌ ବେଳେ ପିଲା ଜନ୍ମ ପାଇଁ ସମୟ ନିକଟ ହୋଇ ଗଲାଣି ବୋଲି ଡାକ୍ତର କହିଥିଲେ। ପରେ ଗର୍ଭବତୀ ଜଣଙ୍କ ସରକାରୀ ଡାକ୍ତରଖାନାରେ ନିଜ ପିଲାକୁ ଜନ୍ମ ଦେବା ପାଇଁ ଚାହିଁଥିଲେ। ଏଥିପାଇଁ ଅଶୋକ ଗର୍ଭବତୀଙ୍କୁ ୬୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଗର୍ଭବତୀ ମହିଳା ଜଣଙ୍କ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଅଶୋକ ନିଜ ଚ୍ୟାମ୍ବରରେ ଲାଞ୍ଚ ନେବାବେଳେ ଭିଜିଲାନ୍ସ ତାଙ୍କୁ ଧରି ପକାଇଥିଲା । ତେବେ ଡାକ୍ତରଙ୍କ ସରକାରୀ କ୍ଵାଟରରେ ଭିଜିଲାନ୍ସ ବିଭାଗର ଚଢାଉ ବେଳେ ବର୍ତ୍ତମାନ ସୁଦ୍ଧା ଆହୁରି ୯୬ ହଜାର ୯ ସହ ୫୦ ଟଙ୍କା ଜବତ  କରାଯାଇଥିବା ସୂଚନା ମିଳିଥିବା ବେଳେ ଡ଼ାକ୍ତରଙ୍କ ନୟାଗଡ଼ ସ୍ଥିତ ପୈତୃକ ବାସଭବନରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରିରହିଥିବା ସୂଚନା । ବର୍ତମାନ ଡାକ୍ତରଙ୍କୁ ଗିରଫ କରି ଭିଜିଲାନ୍ସ କଳାହାଣ୍ଡି ଭିଜିଲାନ୍ସ କାର୍ଯ୍ୟାଳୟ ରେ ଅଧିକ ତନାଘନା କରୁଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking